ଏଚ୍ଏମ୍ଡି ଗ୍ଲୋବଲ ଭାରତରେ ନୋକିଆର ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ କରିଛି । ଏଥିରେ ଏଚ୍ଡିଆର୍୧୦ ସପୋର୍ଟ ମଧ୍ୟ ରହିଛି । ଏହା ସହ ଏଥିରେ ଡୁଆଲ୍, ରିଅର୍ କ୍ୟାମେରା ଓ ଫାଷ୍ଟ ଚାର୍ଜିଂ ସୁବିଧା ମଧ୍ୟ ରହିଛି । ଏହି ଫୋନ୍ରେ୭.୧, ୫.୮୪ ଏଚ୍ଡି ଡିସ୍ପ୍ଲେ, ଡିସ୍ପ୍ଲରେ କର୍ଣ୍ଣିଙ୍ଗ ଗ୍ଲୋରିଲା ଗ୍ଲାସ୍, ଫ୍ରଣ୍ଟରେ ୨ ଟି କ୍ୟାମେରା ରହିଛି ୧୨ ଓ ୫ ମେଗାପିକ୍ସେଲ କ୍ୟାମେରା, ବ୍ୟାକ୍ରେ ୮ ମେଗାପିକ୍ସେଲକ କ୍ୟାମେରା, ଫେସ୍ ଡିଟେକ୍ସନ୍ ଓ ଜେଇଏସ୍ ଅପଫିକ୍ସ ସୁବିଧା ରହିଛି । ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ବିକ୍ରି ଆରମ୍ଭ ହୋଇଗଲାଣି ଏହି ଫୋନ୍ର ମୂଲ୍ୟ ୧୯୯୯୯ ଟଙ୍କା ରହିଛି । ଏହା ସହ ଏଥିରେ ୬୩୬ ପ୍ରୋସେସର, ୪ ଜିବି ରାମ୍, ୬୪ ଜିବି ଷ୍ଟୋରେଜ୍, ୪ଜି ଏଲ୍ଟିଇ, ବ୍ଲìଟୁଥ୍, ଜିପିଏସ୍, ଏନ୍ଏଫ୍ସି, ୟୁସିବି, ଫିଙ୍ଗରପ୍ରିଣ୍ଟ ସେନ୍ସର୍, ହେଡ୍ଫୋନ୍ ଜ୍ୟାକ୍ ସୁବିଧା ମଧ୍ୟ ରହିଛି ।