କେନ୍ଦ୍ରପଡା,୪/୨ : କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କଳା ପତାକା ପଦର୍ଶନ । ପକ୍ଷ୍ୟାଘାତ ରୋଗୀ ସନ୍ଧ୍ୟାରାଣୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାର କରିବାକୁ ଯିବା ସମୟରେ ବିଜୁ ଯୁବ ବାହିନୀର କର୍ମୀ ମାନେ ତାଙ୍କୁ କଳାପତାକା ଦେଖାଇଥିବା ଅଭିଯୋଗ ହୋଇଛି । ବୈଜୟନ୍ତ ପଣ୍ଡା ଆଜି ମାର୍ଶାଘାଇ ବ୍ଲକ ଜୁଣମାର୍ଶାଘାଇ ଗାଁ ଭିତରକୁ ଯିବା ସମୟରେ କିଛି ବିଜୁ ବାହିନୀର କର୍ମୀ ତାଙ୍କୁ ବିରୋଧ କରିଥିଲେ । ବୈଜୟନ୍ତଙ୍କ ପ୍ରତି ଗୋ ବ୍ୟାକ ନାରା ସହିତ କଳା ପତାକା ପ୍ରଦର୍ଶନ କରିଥିଲେ ।
ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ ପଣ୍ଡା । ବିରୋଧ କଲେ ମଧ୍ୟ ମୋତେ ରୋକି ପାରିବେନି ବୋଲି ବୈଜୟନ୍ତ ଟ୍ୱିଟ କରି ସୂଚନା କହିଛନ୍ତି । ମୁଁ ମୋ ଲାକଙ୍କୁ ଭେଟୁଥିବା ବେଳେ କିଛି ତାଙ୍କୁ ବିରୋଧ କରୁଥିବା ବୈଜୟନ୍ତ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ ଯେଉଁ ଗୁଣ୍ଡା ଲଗାଇ ମୋତେ ବିରୋଧ କରାଯାଉଛି ସେଥିରେ ମୁଁ ଡରିବି ନାହିଁ ।