ମୁଁ ହେଉଛି ଶ୍ରମିକ ନମ୍ନର ୱାନ : ମୋଦି

0

ଗୁଜୁରାଟ,୫/୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରଠାରେ ଶ୍ରମ ଯୋଗୀ ମାନ୍ ଧନ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନା ଦେଶର ୪୨ କୋଟି ଶ୍ରମିକମାନଙ୍କର । ଏଥିସହିତ ସବୁ ବର୍ଗର ଶ୍ରମିକମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।

ଆମ ଦେଶର ସବୁ ଶ୍ରମିକମାନଙ୍କ ମନରେ ଗୋଟିଏ ପ୍ରଶ୍ନ ନିହାତି ଭାବରେ ଉଠିଥାଏ ଯେ, ଯେବେ ନିଜର ହାତଗୋଡ ଚାଲୁଥିବ ସେବେ ଯାଏଁ ଆମକୁ କାମ ମିଳିବ, କିନ୍ତୁ ଶରୀର ଯେତେବେଳେ ଦୁର୍ବଳ ହୋଇଯିବ ସେତେବେଳେ କ’ଣ ହେବ ? ସେହି ସମଯ଼ ସବୁଠାରୁ ଅଧିକ କଷ୍ଟ ଦେଇଥାଏ । ସେହି କଷ୍ଟ ମୋ ମନରେ ବି ଥିଲା ସେହି କଷ୍ଟରୁ ହିଁ ଏହି ଯୋଜନାର ଜନ୍ମ ହୋଇଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ଏହା ସହିତ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ କି, ଆପଣଙ୍କ ଏହି ପ୍ରଧାନସେବକର ସରକାର କୃଷି ଓ ଅସଂଗଠିତ କ୍ଷେତ୍ରର ଶ୍ରମିକ ସାଥୀଙ୍କ ପାଇଁ ଫେବ୍ରୁଆରି ପହିଲାରେ ଦୁଇଟି ବଡ ଯୋଜନାର ଶୁଭାରମ୍ଭ କରିଥିଲେ । ଆମେ ପ୍ରଥମେ କୃଷକଙ୍କ ଖାତାକୁ ପ୍ରଥମ କିସ୍ତି ରାଶି ଟ୍ରାନ୍ସଫର କରିଥିଲୁ ଏବଂ ଆଜି ୧୧ ଲକ୍ଷ ଶ୍ରମିକ ସାଥୀଙ୍କ ଖାତାକୁ ୧୩ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯାଇଛି ।

ଏହି ଅବସରରେ ସେ କହିଛନ୍ତି କି, ଆଜି ବିରୋଧୀ ଚିନ୍ତାରେ ଅଛନ୍ତି , ସେଥିପାଇଁ ମୋଦି ହଟାଅ ମୋଦି ହଟାଅ ବୋଲି ଚିତ୍କାର କରୁଛନ୍ତି । କିନ୍ତୁ ଆପଣମାନଙ୍କ ଆଶୀର୍ବାଦରୁ ଏହି ଚୌକିଦାର ନିଜ ଯୋଜନାରେ ଅଡିକି ବସିଛି । ଏହାସହିତ ମୋଦି କଂଗ୍ରେସ ଓ ବାମ ଦଳଗୁଡିକୁ ଟାର୍ଗେଟ କରିଥିଲେ । ଏହା ସହିତ ନିଜକୁ ଶ୍ରମିକ ନମ୍ନର ୱାନ କହିଥିଲେ ମୋଦି ।

Leave A Reply

Your email address will not be published.