ମୁମ୍ୱାଇ,୧୩/୭: ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ଆସନ୍ତାକାଲି ଖେଳାଯିବ । ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହେବା ସହିତ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିସାରିଛି । ଟିମ୍ ଇଣ୍ଡିଆର ଏହି ପରାଜୟରେ ଓପନର ରୋହିତ ଶର୍ମା ସବୁଠାରୁ ଅଧିକ ନାରାଶ ଥିବା ଦେଖିବାକୁ ମିଳିଥିଲା । ଏମ୍ ଏସ୍ ଧୋନି ମଧ୍ୟ ବହୁତ ଦୁଃଖି ହୋଇଥିଲେ ।
ଜୁଲାଇ ୧୩ ତାରିଖରେ ରୋହିତ ଶର୍ମାଙ୍କୁ ନିଜ ପରିବାର ସହିତ ମୁମ୍ୱାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଯଦିଓ ରୋହିତଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ଅନ୍ୟ ସଦସ୍ୟ ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡରେ ହିଁ ଅଛନ୍ତି, ନିଜ ପରିବାର ସହିତ ରୋହିତ ଭାରତ ଫେରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଅନ୍ୟମାନେ ଜୁଲାଇ ୧୪ ତାରିଖରେ ଭାରତ ଫେରିବେ । କିଛି ଖେଳାଳି ମୁମ୍ୱାଇ, କିଛି ନୂଆଦିଲ୍ଲୀ ଏବଂ ଅନ୍ୟ କିଛି ଭିନ୍ନ ଭିନ୍ନ ସ୍ଥାନରେ ପହଞ୍ଚିବେ କାରଣ ଟିକେଟ କାରଣରୁ ଟିମକୁ ଫେରିବାରେ ବିଳମ୍ୱ ହୋଇଛି ।
ରୋହିତ ଶର୍ମା ବିଶ୍ୱକପ ୨୦୧୯ରେ ସର୍ବାଧିକ 5ଟି ଶତକ ହାସଲ କରିବା ସହିତ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ମାରିଥିଲେ । ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ରୋଦିତ ହିଁ ସର୍ବାଧିକ ରନ ସ୍କୋରର ହୋଇ ରହିଛନ୍ତି । ରୋହିତ ଶର୍ମା ଚଳିତ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୬୪୮ରନ କରିଥିବା ବେଳେ ତାଙ୍କ ପଛରେ ନ୍ୟୁଜିଲାଣ୍ଡର ଅଧିନାୟକ ୱିଲିମସନ ଓ ଇଂଲଣ୍ଡର ଜଏ ରୁଟ୍ ଅଛନ୍ତି ଯାହାଙ୍କ ପାଖରେ ରୋହିତଙ୍କୁ ଗାଦିଚ୍ୟୁତ କରିବାର ସୁଯୋଗ ରହିଛି । ଯଦି ଦୁହେଁ ଶତକ ହାସଲ କରନ୍ତି ତେବେ ରୋହିତଙ୍କ ପଛରେ ପକାଇବାରେ ସକ୍ଷମ ହେବେ ।