କେହି ବ୍ୟକ୍ତି ମୃତୁ୍ୟବରଣ କଲେ ତାଙ୍କ ଶରୀର କୌଣସି ଅଙ୍ଗ ପ୍ରତ୍ୟାର୍ପଣ କରିବା ନୂଆ କଥା ନୁହେଁ । କିନ୍ତୁ ଦୁନିଆର ଏକ ନିଆରା ଖବର ଯେ, ମୃତ ମହିଳାର ଗର୍ଭାଶୟକୁ ଜଣେ ଜୀବନ୍ତ ମହିଳାଙ୍କ ଗର୍ଭାଶୟରେ ପ୍ରତ୍ୟାର୍ପିତ କରାଗଲା । କେବଳ ସେତିକି ନୁହେଁ ପ୍ରତ୍ୟାର୍ପିତ କରାଯାଇଥିବା ମହିଳା ସୁସ୍ଥ ଥିବାରୁ ଶିଶୁଟି ଜନ୍ମ ମଧ୍ୟ ନେଲା । ୨୦୧୬ ବ୍ରାଜିଲ୍ରେ ଜଣେ ମୃତ ମହିଳାଙ୍କ ଗର୍ଭାଶୟକୁ ଜୀବନ୍ତ ମହିଳାଙ୍କ ମଧ୍ୟରେ ପ୍ରତ୍ୟାର୍ପିତ କରାଗଲା । ୧୦ ଘଣ୍ଟାର ଅବଧି ପରେ ମହିଳାଙ୍କର ଫର୍ଟିଲିଟି ଟ୍ରିଟ୍ମେଣ୍ଟ କରାଯାଇଥିଲା । ପ୍ରତ୍ୟାର୍ପଣ କରିଥିବା ମହିଳା ପୂର୍ବେ ୩ଟି ଶିଶୁର ମା’ ହୋଇସାରିଥିଲା । ମୁଣ୍ଡରେ ଶକ୍ତ ଆଘାତ ଲାଗିବା କାରଣ ହେତୁ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ତେଣୁ ଅନ୍ୟ ଜଣେ ମହିଳାଙ୍କୁ ଚିକିସିା କରାଯାଇ ତାଙ୍କ ଗର୍ଭାଶୟକୁ ଯୋଡା ଯାଇଥିଲା ଆଧୁନିକ ଚିକିସିା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଯାଇ ସେହି ସଦ୍ୟଜାତ ଶିଶୁ ସ୍ଥାନ ଦିଆଯାଇଥିଲା । ଶେଷରେ ଡିସେମ୍ବର ୧୭ରେ ୨.୫ କିଲୋଗ୍ରାମର ସୁସ୍ଥ ଶିଶୁ ଜନ୍ମ ଲାଭ କରିଥିଲା ।