ରକ୍ତହୀନତା ଦୂରକରେ ଅମୃତଭଣ୍ଡା ପତ୍ର

ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ । କି;ୁ ଆପଣ ଜାଣିଛନ୍ତି କି କେବଳ ଅମୃତଭଣ୍ଡାରେ ନୁହେଁ ଏହାର ପତ୍ରରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ । ଯଦି ଆପଣ ଅମୃତଭଣ୍ଡା ପତ୍ରର ରସ ପିଉ ନାହାନ୍ତି ତାହେଲେ ଆଜିଠାରୁ ପିଇବା ଆରମ୍ଭ କରି ଦିଅନ୍ତୁ । କାରଣ ଏହା ଆମ ଶରୀର ପାଇଁ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ନିୟମିତ ଏହାକୁ ପିଇବା ଦ୍ୱାରା ଅନେକ ରୋଗରୁ ରକ୍ଷା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର ସ୍ୱାସ୍ଥ୍ୟଜନିତ ଉପକାରୀତା ସମ୍ବନ୍ଧରେ ।
୧. ଅମୃତଭଣ୍ଡା ପତ୍ରର ରସ କୌଣସି ଔଷଧଠାରୁ କମ ନୁହେଁ । ଆୟୁର୍ବେଦରେ ମଧ୍ୟ ଏହାର ଅନେକ ଗୁଣ ଉଲ୍ଲେଖ ରହିଛି । ଏହା ଶରୀରରେ ବ୍ଲଡ ପ୍ଲେଟସ୍‌ର ଅଭାବକୁ ଦୂର କରିଥାଏ । ପ୍ରତିଦିନ ୨ ଚାମଚ ଅମୃତଭଣ୍ଡା ପତ୍ରର ରସ ୩ ମାସ ପର୍ଯ୍ୟନ୍ତ ପିଅନ୍ତୁ । ଏହାର ପ୍ରଭାବ ନିଶ୍ଚୟ ଦେଖାଦେବ ।
୨. ଡେଙ୍ଗୁ ଏବଂ ମ୍ୟାଲେରିଆ ରୋଗୀଙ୍କ ପାଇଁ ଅମୃତଭଣ୍ଡା ପତ୍ର କୌଣସି ବରଦାନରୁ କମ ନୁହେଁ । ଡେଙ୍ଗୁ ଏବଂ ମ୍ୟାଲେରିଆ ରୋଗୀଙ୍କ ପାଇଁ ଅମୃତଭଣ୍ଡା ପତ୍ରର ରସ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହା ଜ୍ୱର ସମୟରେ ଶରୀରରେ ହ ୍ରାସ ହେଉଥିବା ପ୍ଲେଟଲେଟସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
୩. କ୍ୟାନସର ରୋଗୀଙ୍କୁ ଅମୃତଭଣ୍ଡା ପତ୍ରର ରସ ଅବଶ୍ୟ ପିଇବା ଉଚିତ । ଏଥିରେ କ୍ୟାନସର ପ୍ରତିରୋଧ ଗୁଣ ରହିଥାଏ, ଯାହା କ୍ୟାନସର ସେଲ୍ସକୁ ବୃଦ୍ଧି ହେବାକୁ ଦିଏନାହିଁ । ଏହା ବ୍ୟତିତ ଅମୃତଭଣ୍ଡା ପତ୍ରର ରସ ଶରୀରର ଇମୁ୍ୟନିଟି ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୪. ନିୟମିତ ରୁପରେ ଅମୃତଭଣ୍ଡା ପତ୍ରର ରସ ପିଇବା ଦ୍ୱାରା ଶରୀରରେ ବ୍ୟାକେଫରିଆର ବୃଦ୍ଧି ହ ୍ରାସ ହୋଇଥାଏ । ଏହା ବ୍ୟତିତ ରକ୍ତରେ ହ୍ୱାଇଟ ବ୍ଲଡ ସେଲ୍ସର ବୃଦ୍ଧିରେ ମଧ୍ୟ ଏହା ସହାୟକ ହୋଇଥାଏ ।