ରମଣ ହେଲେ ଭାରତୀୟ କହିଳା କ୍ରିକେଟ କୋଚ୍‌

0

ନୂଆଦିଲ୍ଲୀ, ୨୧/୧୨: ବିବାଦୀୟ ଘଟଣାକ୍ରମରେ ରମେଶ ପାୱାର କୋଚ୍‌ ପଦରୁ ହଟିବା ପରେ କିଏ ହେବେ ମହିଳା କ୍ରିକେଟ କୋଚ୍‌ ସେଥିନେଇ ଚର୍ଚ୍ଚା ଚାଲିଥିଲା । ତେବେ ଶେଷରେ ଏହି ଚର୍ଚ୍ଚାର ଅବସାନ ଘଟିଛି । ଦକ୍ଷିଣ ଆଫ୍ରିକାର ଗ୍ୟାରୀ କର୍ଷ୍ଟନ କୋଚ୍‌ ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ହୋଇପାରି ନାହିଁ । ଭାରତର ପୂର୍ବତନ ଓପ୍‌ନିଂ ବ୍ୟାଟ୍ସମ୍ୟାନ୍‌ ଡବ୍ଲì୍ୟ ଭି ରମଣଙ୍କୁ ବିସିସିଆଇ ଏହି ଦାୟିତ୍ୱ ଅର୍ପଣ କରିଛି । ୫୩ ବର୍ଷୀୟ ରମଣ ବର୍ତ୍ତମାନ ବେଙ୍ଗାଲୁରୁରେ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀରେ ବ୍ୟାଟିଂ ପରାମର୍ଶ ରୂପେ କାର୍ଯ୍ୟରତ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ କର୍ଷ୍ଟନ ହିଁ ବିସିସିଆଇର ଆଡ-ହକ ଚୟନ କମିଟିର ପ୍ରଥମ ପସନ୍ଦ ଥିଲେ ମାତ୍ର ସେ ଆଇପିଏଲ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କୋଚ୍‌ ପଦ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ । ଏହି ପଦ ପାଇଁ ୨୮ ଆବେଦନ ମିଳିଥିଲା । ଏଥିରୁ ଚୟନ ହୋଇଥିବା ଆଶାୟୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଏଥିରେ ଭେଙ୍କଟେଶ ପ୍ରସାଦ, ମନୋଜ ପ୍ରଭାକର, ଟ୍ରେଣ୍ଟ ଜନଷ୍ଟନ, ଦିମିତ୍ର ମାସ୍କେରନହାସ, ବ୍ରାଡ ହଜ ଓ କଳ୍ପନା ଭେଙ୍କଟାଚାର ସାମିଲ । ରମନ ଭାରତ ପକ୍ଷରୁ ୧୧ ଟେଷ୍ଟ ଓ ୨୭ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଘରୋଇ କ୍ରିକେଟରେ ସବୁଠୁ ସଫଳ କୋଚ୍‌ ମଧ୍ୟରୁ ସେ ଜଣେ । ରମଣ ତାମିଲନାଡୁ ଓ ପଶ୍ଚିମବଙ୍ଗ ପରି ବଡ଼ ଦଳର କୋଚ୍‌ ମଧ୍ୟ ଥିଲେ । ଏହା ସହିତ ସେ ଭାରତର ୧୯ ବର୍ଷରୁ କମ ଦଳ ସହିତ କ୍ରମାଗତ ଜଡ଼ିତ ଥିଲେ ।

Leave A Reply

Your email address will not be published.