ରାମ ମନ୍ଦିର ପାଇଁ ସରକାର ଖୁବ ଶୀଘ୍ର ନିୟମ ଆଣନ୍ତୁ : ଆଲୋକ କୁମାର

0

ନୂଆଦିଲ୍ଲୀ, ୨/୧ : ଦେଶରେ ରାମ ମନ୍ଦିର ମାମଲା ଆସ୍ଥା ଏବଂ ରାଜନୈତିକ ଦୃଷ୍ଟିରୁ ସର୍ବଦା ପ୍ରାସଙ୍ଗିକ ରହିଛି । ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଏହି ମାମଲା ସେତେ ଘନେଇବାରେ ଲାଗିଛି । ଏହି ମାମଲାକୁ ନେଇ ଆଜି ବିଶ୍ୱ ହିନ୍ଦୁ ପରିଷଦ ଦିଲ୍ଲୀରେ ଗଣମାଧ୍ୟମ ସମ୍ମିଳନୀ ଡାକିଛି । କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର କହିଛନ୍ତି କି, ରାମ ମନ୍ଦିର ଲଢେଇକୁ ହିନ୍ଦୁମାନେ ବହୁ ସମୟ ଧରି ଲଢି ଆସୁଛନ୍ତି । ଏହା ଲୋକତନ୍ତ୍ରର ଲଢେଇ । ସନ୍ଥ ସମାଜ ଏବଂ ଜନତା ଆମ ସହ ଅଛନ୍ତି । ଆମେ ମନ୍ଦିର ପାଇଁ ଅଧିକ ଅପେକ୍ଷା କରିବୁ ନାହିଁ । ସରକାର ବହୁତ ଶୀଘ୍ର ଏନେଇ ନିୟମ ଆଣନ୍ତୁ ।
ଅଧ୍ୟକ୍ଷ ପୁଣି କହିଛନ୍ତି କି, ଜାନୁଆରୀ ୩୧ ଏବଂ ଫେବୃୟାରୀ ୧ରେ ପ୍ରୟାଗରାଜ କୁମ୍ଭରେ ସନ୍ଥ ସମାଜ ମିଶି ଧର୍ମ ସଂସଦରେ ମନ୍ଦିରକୁ ନେଇ ନୂଆ ରଣନୀତି ପ୍ରସ୍ତୁତ କରିବେ । ମନ୍ଦିର ମୁଦ୍ଦାରେ ସେ କହିଛନ୍ତି କି, ସମସ୍ତ ସାଂସଦଙ୍କ ସହ ସାକ୍ଷାତ ହେଉଛି । କିନ୍ତୁ ବାରଣାସୀର ସାଂସଦଙ୍କ ସହ ସାକ୍ଷାତ ହୋଇ ନାହିଁ । ଏହା ପୂର୍ବରୁ ଏନଆଇଏକୁ ଦେଇଥିବା ଏକ ସାକ୍ଷାତକାରରେ ମୋଦୀ କହିଥିଲେ କି, ୭୦ ବର୍ଷ ଧରି ଶାସନ କରି ଆସୁଥିବା କଂଗ୍ରେସ ସରକାର ଏହାକୁ ଲଟକାଇ ରଖିଛନ୍ତି । କଂଗ୍ରେସର ଓକିଲ ଅଦାଲତରେ ବାଧା ସୃଷ୍ଟି କରୁଛନ୍ତି , ଏହା ଦ୍ୱାରା ଶୁଣାଣିରେ ବିଳମ୍ବ ହେଉଛି ।

SBI AD
Leave A Reply

Your email address will not be published.