ଶାକାହାରୀ କୁମ୍ଭୀର

0

କୁମ୍ଭୀର ଏକ ମାସାଂସୀ ପାଣୀ, ଏହା ପ୍ରାୟ ସମସ୍ତଙ୍କୁ ଜଣା । କିନ୍ତୁ ଆଜି ଆମେ ଜଣାଇବୁ ଏକ ଏପରି କୁମ୍ଭୀର ସମ୍ପର୍କରେ ଯିଏ କେବଳ ମନ୍ଦିର ପ୍ରସାଦ ଖାଇ ନିଜ ପେଟ ଭରି ଥାଏ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ସତ, କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ ଅଟେ । ଏହି କୁମ୍ଭୀରଟି ଆଉ କେହି ନୁହେଁ ଇଏ ହେଉଛି କେରଳର ଅନନ୍ତପୁର ମନ୍ଦିରର ହ୍ରଦରେ ରହୁଥିବା କୁମ୍ଭୀର । ସେଠାରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ ବବିୟା ନାମକ ଏହି କୁମ୍ଭୀରଟି ବହୁ ବର୍ଷ ଧରି ଏହି ହ୍ରଦରେ ରହୁଅଛି । କୁମ୍ଭୀରଟି ସ୍ୱଭାବରେ ସରଳ ଏବଂ ସେ ଶାକାହରୀ ଅଟେ । ସେଠାକାର ମନ୍ଦିର ପ୍ରଶାସକଙ୍କ କହିବା ଅନୁଯାୟୀ ଦୀର୍ଘ ୧୫୦ ବର୍ଷରୁ ଅଧିକ ହେବ ସେମାନେ ଏହି ହ୍ରଦରେ କୁମ୍ଭୀରମାନଙ୍କୁ ଦେଖୁଆସୁଛନ୍ତି । କିନ୍ତୁ ସେହି ହ୍ରଦରେ ଥରକରେ ଗୋଟିଏ ହିଁ କୁମ୍ଭୀର ଦେଖାଯାଏ ଏବଂ ଗୋଟିଏ କୁମ୍ଭୀର ମଲାପରେ ସେଠାରେ ସ୍ୱୟଂ ଅନ୍ୟ ଏକ କୁମ୍ଭୀର ଦେଖାଯାଏ । ଏଥିସହ ସେମାନେ ଏହା ମଧ୍ୟ କହିଛନ୍ତି, ବବିୟା ପ୍ରତିଦିନ ସମାନ ସମୟରେ ହିଁ ଖାଇଥାଏ । ଦ୍ୱିପ୍ରହରର ପୂଜା ପରେ ସେ ଚାଉଳ ଏବଂ ଗୁଡରେ ତିଆରୀ ପ୍ରସାଦ ଖାଇଥଏ ।

Leave A Reply

Your email address will not be published.