ଶିଳ୍ପ ସଚିବଙ୍କ ଘରୁ ଚୋରି ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର,୧୦/୧୨: ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ୍‌-୮ ଗୋପବନ୍ଧୁ ଛକ ତାରିଣୀ ମନ୍ଦିର ନିକଟରେ ରହୁଥିବା ରାଜ୍ୟ ଶିଳ୍ପ ବିଭାଗର ସଚିବ ପ୍ରଣବଜ୍ୟୋତି ନାଥଙ୍କ ଘରୁ ଚୋରି ଘଟଣାରେ ୩ଜଣ ଧରାପଡିଛନ୍ତି। ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ପ୍ରସାଦ ସାହୁଙ୍କୁ ଗିରଫ କରିବା ସହ ଦୁଇଜଣ ନାବାଳକଙ୍କୁ ଧରିଛି। ଏଥିସହ ସେମାନଙ୍କ ନିକଟରୁ ୨ଲକ୍ଷ ୫୨ ହଜାର ଟଙ୍କା, ୩ଲକ୍ଷ ୫୦ହଜାର ଟଙ୍କାର ସୁନା ଗହଣା ସମେତ ଅନ୍ୟ ଏକ ସ୍ଥାନରୁ ଚୋରି ଦୁଇଟି ଲାପ୍‌ଟପ୍‌ ଓ ଗୋଟିଏ ଏଲ୍‌ଇଡି ଟିଭିକୁ ଜବତ କରିଛି। ପଚରାଉଚରା ପରେ ପୋଲିସ ଆଦିତ୍ୟ ପ୍ରସାଦଙ୍କୁ କୋର୍ଟ ଚାଲାଣ କରିବା ସହ ଦୁଇ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡକୁ ପଠାଇଛି। ପରେ ନାବାଳକ ଦ୍ୱୟଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Leave A Reply

Your email address will not be published.