ଶେଷ ଟି୨୦ରେ ଖେଳିବେ ଅଷ୍ଟ୍ରେଲିଆର ସବୁଠାରୁ ଦୁର୍ଦ୍ଦଶ ବୋଲର

0

ସିଡନୀ, ୨୪/୧୧: ସିଡନୀରେ ହେବାକୁ ଥିବା ତୃତୀୟ ଅର୍ଥାତ ନିର୍ଣ୍ଣାୟକ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ଆସିଛି । ଅଷ୍ଟ୍ରେଲିଆ ନିଜର ସବୁଠାରୁ ପ୍ରମୁଖ ବୋଲର ମିଚେଲ ଷ୍ଟାର୍କଙ୍କୁ ଦଳରେ ସାମିଲ କରିଛି । ଷ୍ଟାର୍କ ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ଦଳକୁ ଫେରିଛନ୍ତି ।

ମିଚେଲ ଷ୍ଟାର୍କଙ୍କୁ ଆହତ ବିଲି ଷ୍ଟେନଲେକଙ୍କ ସ୍ଥାନରେ ଟିମରେ ସାମିଲ କରାଯାଇଛି । ସେପ୍ଟେମ୍ବର ୨୦୧୬ରେ ଶେଷଥର ପାଇଁ ସେ ଟି୨୦ ମ୍ୟାଚ ଖେଳିଥିଲେ । ଏହାପରେ ଫିଟନେଶ ସମସ୍ୟା ପାଇଁ ଦଳରୁ ବାଦ ପଡିଥିଲେ । ଷ୍ଟାର୍କ ନିଜର ଦ୍ରୁତ ଏବଂ ସୁଇଂ ବୋଲିଂ ପାଇଁ ଜଣାଶୁଣା ।

ଏହା ପୂର୍ବରୁ ଏଷ୍ଟନଲେକ ଆହତଜନିତ କାରଣ ପାଇଁ ଦ୍ୱିତୀୟ ଟି୨୦ରେ ସାମିଲ ହୋଇପାରି ନଥିଲେ । ତାଙ୍କ ସ୍ଥାନରେ କୁଲଟର ନାଇଲ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ । ଟି-୨୦ ପାଇଁ ଅଷ୍ଟ୍ରେଲିଆ ଟିମ – ଏରୋନ ଫିଞ୍ଚ, ଏଲେକ୍ସ କେରୀ, ଏଶଟନ ଏଗର, ଜେସନ ବେହୋରଢର୍ଫ, ନାଥନ କୁଲଟର, କ୍ରିସ ଲିନ, ଗ୍ଲେଲ ମ୍ୟାକ୍ସୱେଲ, ବେନ ମ୍ୟକଡରମାର୍ଟ, ଡାଶୀ ସାର୍ଟ, ମାର୍କସ ଷ୍ଟାଇନିସ, ଆଣ୍ଡ୍ର୍ୟ, ଟାଇ, ଏଡମ ଜମ୍ପା, ମିଚେଲ ଷ୍ଟାର୍କ

Leave A Reply

Your email address will not be published.