ଦିନର ଆରମ୍ଭ ଠିକ ଭାବରେ ହେଲେ ପୂରା ଦିନଚର୍ଯ୍ୟାରେ ବ୍ୟତିକ୍ରମ ହୁଏ ବୋଲି କୁହାଯାଏ । କୌଣସି କାର୍ଯ୍ୟ ଠିକ ଭାବରେ ନହେଲେ ସାଧାରଣତଃ ଲୋକେ କୁହନ୍ତି କି ସକାଳୁ କାହା ଚେହେରା ଦେଖି ଉଠିଥିଲୁ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ସକାଳୁ ଉଠି କେଉଁ ସବୁ ବସ୍ତୁ ଦେଖିବା ଦ୍ୱାରା ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ ।
– କେତେକ ଲୋକଙ୍କୁ ସାଧାରଣତଃ ମହିଳାଙ୍କୁ ସକାଳୁ ଉଠି ନିଜ ଚେହେରା ଦେଖିବାର ଅଭ୍ୟାସ ଥାଏ । ତେବେ ଏପରି କରିବା ଅଶୁଭ ମନାଯାଇଥାଏ । ଏହା ବଦଳରେ ସକାଳୁ ଉଠି ୨ ହାତର ପାପୁଲିକୁ ଯୋଡି ଭଗବାନଙ୍କୁ ପ୍ରାର୍ଥନା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । ଏହା ଦ୍ୱାରା ଆପଣଙ୍କର ଦିନ ମଧ୍ୟ ଭଲରେ କଟେ ।
– ସକାଳୁ ଉଠି ନିଜର କିମ୍ବା ଅନ୍ୟ କାହାର ଛାଇ ଦେଖିବା ଅଶୁଭ ହୋଇଥାଏ । ଛାଇ ଦେଖିବା ଦ୍ୱାରା ଦୁର୍ଭାଗ୍ୟ ଲାଗି ରହିଥାଏ । ଛାଇ ଦେଖିବା ଦ୍ୱାରା ମଣିଷ ମଧ୍ୟରେ ଡର, ଚିନ୍ତା ଏବଂ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ ।
– ସକାଳୁ ଉଠି କୌଣସି କୁକୁରକୁ ଘର ବାହାରେ ଲଢୁଥିବାର ଦେଖିବା ଅଶୁଭ ମନାଯାଏ । ଏହା ବ୍ୟତୀତ ଉଠିବା ପରେ କୌଣସି ଜୀବଜ;ୁର ଫଟୋଚିତ୍ର ଦେଖିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଦିନଟି ବିବାଦ ଏବଂ ଝଗଡାରେ ବିତିଯାଏ ବୋଲି କୁହାଯାଏ । ତେଣୁ ନିଜ ଶୋଇବା ଘରେ ଜୀବଜ;ୁର ଫଟୋ ଲଗାଇବା ଉଚିତ ନୁହେଁ ।
– ସକାଳୁ ତେଲ ଲାଗିଥିବା ବାସନ ଦେଖିବା ଦ୍ୱାରା ଆପଣଙ୍କ ପୂରା ଦିନ ଖରାପରେ ବିତିବାର ସମ୍ଭାବନା ରହିଥାଏ ।
Prev Post
Next Post