ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ସଦସ୍ୟ

0

ନୂଆଦିଲ୍ଲୀ,୧୭/୬: ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରାଯିବ । ପ୍ରଥମ ଦିନର କାର୍ଯ୍ୟ ଦିବସରେ ଲୋକସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନେ ଶପଥ ନେଇଛନ୍ତି । ନବ ନିର୍ବାଚିତ ସଦସ୍ୟମାନଙ୍କୁ କାମଚଳା ବାଚସ୍ପତି ଡ. ବୀରେନ୍ଦ୍ର କୁମାର ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ନେଇଛନ୍ତି । ଏହା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ରାଜନାଥ ସିଂହ, ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସ୍ମୃତି ଇରାନୀ, ଡ. ହର୍ଷବର୍ଦ୍ଧନ, ପ୍ରଲ୍ଲାଦ ଯୋଶୀ, ହରସିମରତ କୌର ବାଦଲ ପ୍ରମୁଖ ଶପଥ ପାଠ କରିଛନ୍ତି । ସେହିପରି ବିଜେପି ସାଂସଦ ବାବୁଲ ସୁପ୍ରିୟୋ, ଅନୁରାଗ ସିଂହ ଠାକୁର, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ପ୍ରତାପ ଷଡ଼ଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ପ୍ରକ୍ରିୟା ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ଅଧିବେଶନରେ ପ୍ରଥମ ପାଳିରେ ଅଟକି ରହିଥିବା ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୁଡ଼ିକୁ ପାରିବ କରିବାକୁ ବିଜେପି ସରକାର ଚେଷ୍ଟା କରିବ । ବିଶେଷ କରି ତିନି ତଲାକ ବିଧେୟକ ପାରିତ ହେବାର ରହିଛି । ଅଧିବେଶନ ଆରମ୍ଭ ପୂର୍ବରୁ ମୋଦୀ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ ବିରୋଧୀମାନେ ନମ୍ବର ଚିନ୍ତା ଛାଡି ଜନତାଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ଧ୍ୟାନ ଦିଅନ୍ତୁ । ବିରୋଧୀମାନେ ଦେଶର ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନେ ସରକାରଙ୍କ କାମକୁ ବିରୋଧ କରିବା ଅନୁଚିତ । ସେମାନେ ସରକାରଙ୍କୁ ସହଯୋଗ କରିବା ଦରକାର ।

Leave A Reply

Your email address will not be published.