ସିଙ୍ଗଲ ଫାଦରଙ୍କୁ ମିଳିବ ୭୩୦ ଦିନର ଚାଇଲï କେୟାର ଛୁଟି

0

ନୂଆଦିଲ୍ଲୀ, ୨୮/୧୨ : ଏଣିକି କେନ୍ଦ୍ର ସରକାରଙ୍କ ପୁରୁଷ କର୍ମଚାରୀମାନେ ମଧ୍ୟ ନିଜ ଛୁଆର ଦେଖାଶୁଣା ବା ପାଳନ ପୋଷଣ ପାଇଁ ୭୩୦ ଦିନର ପେଡ୍‌ ଛୁଟି ନେଇ ପାରିବେ । ତେବେ ଏହି ସୁବିଧା ସମସ୍ତ ପୁରୁଷଙ୍କ ପାଇଁ ଉପଲବ୍ଧ ହେବନାହିଁ । କେବଳ ସେହିମାନଙ୍କ ପାଇଁ ଯେଉଁମାନେ ଏକା ପିଲାର ପାଳନ କରିଥାନ୍ତି । ଅର୍ଥାତ କେବଳ ସିଙ୍ଗେଲ ପ୍ୟାରେଣ୍ଟଙ୍କୁ ଏହି ସୁବିଧା ମିଳିବ । କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଛାଡପତ୍ରପ୍ରାପ୍ତ କିମ୍ବା ପନିୀ ନଥିବା ପୁରୁଷ କର୍ମଚାରୀ ଏହି ସୁବିଧାର ସୁଯୋଗ ପାଇ ପାରିବେ । ଏହି ନିୟମ ଅନୁଯାୟୀ, ଏହି ନୂତନ ନିୟମ ଅନୁଯାୟୀ, ଏକ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବେତନ ମିଳିବ କି;ୁ ଦ୍ୱୀତିୟ ବର୍ଷରେ ସେମାନଙ୍କୁ କେବଳ ୮୦ ପ୍ରତିଶତ ବେତନ ଦିଆଯିବ । ଏକାକି ପିତାଙ୍କୁ ନିଜ ଛୁଆଙ୍କ ଦାୟୀତ୍ୱ ଏବଂ ଭରଣ ପୋଷଣ ପାଇଁ କର୍ମଚାରୀଙ୍କୁ ଟିକିଏ ଆସ୍ୱସ୍ଥି ଦେବାଲାଗି ସପ୍ତମ ବେତନ ଆୟୋଗ ତରଫରୁ ସ୍ୱତନ୍ତ୍ର ଚେଷ୍ଟା କରାଯାଇଥିଲା । ଏକାକି ପିତାଙ୍କୁ ପେଡ୍‌ ଛୁଟି ଦେବାଲାଗି ଆୟୋଗ ତରଫରୁ ସୁପାରିଶ କରାଯାଇଥିଲା । ତେବେ କେନ୍ଦ୍ର ସରକାର ଏହି ସୁପାରିଶ ଉପରେ ମୋହର ଲଗାଇ ଇସ୍ତହାର ପତ୍ରିକା ଜାରୀ କରିଛନ୍ତି । ପୂର୍ବରୁ ମହିଳା କର୍ମଚାରୀମାନଙ୍କୁ ୬ ମାସର ପେଡ୍‌ ଛୁଟି ଏବଂ ପୁରୁଷକର୍ମୀମାନଙ୍କୁ ୧୫ ଦିନର ପେଡ୍‌ ଛୁଟି ମିଳୁଥିଲା । ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ୨୬ ସପ୍ତାହର ଛୁଟି ମିଳୁଥିଲା । ତେବେ ଚାଇଲï କେୟାର ଲିଭ୍‌ ଅନୁଯାୟୀ ଏବେ ମହିଳା କର୍ମଚାରୀ ଏବଂ ପୁରୁଷ କର୍ମଚାରୀଙ୍କୁ ୭୩୦ ଦିନର ଛୁଟି ମିଳିବ । ଏହି ସୁବିଧା କେବଳ ଦୁଇଟି ସନ୍ତାନ ପାଇଁ ଉପଲବ୍ଧ ରହିବ ।

Leave A Reply

Your email address will not be published.