ସ୍ମାର୍ଟ ସିଟି ରେ ପ୍ରେମିକାକୁ ହତ୍ୟା କଲା ପ୍ରେମିକ

0

ଭୁବନେଶ୍ୱର,୨୦/୧୨: ଆଜି ଏକ ପ୍ରେମ ଜନିତ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ସ୍ମାର୍ଟ ସିଟି ଭୁବନେଶ୍ୱରରେ । ପ୍ରେମିକାକୁ ହତ୍ୟା କରିବା ପରେ ମୁଣ୍ଡ ଗଣ୍ଡିକୁ ଅଲଗା କରି ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଛି ଅଭିଯୁକ୍ତ ପ୍ରେମିକ।

ସୂଚନାନୁଯାୟୀ, କମିଶନରେଟ୍ ପୋଲିସ ଆଜି ଜଣେ ଯୁବତୀଙ୍କ କଟା ମୁଣ୍ଡ କ୍ରିଷ୍ଣାପଲ୍ଲୀ ଜଙ୍ଗଲରୁ ଜବତ କରିଥିବା ବେଳେ ପରେ ଚନ୍ଦକା ମଳିପଡ଼ା ଜଙ୍ଗଲରୁ ସେହି ଯୁବତୀଙ୍କ ଅର୍ଦ୍ଧ ଶରୀର ଠାବ କରିଛି। ଏହି ଘଟଣାର ଅଭିଯୁକ୍ତ ପ୍ରେମିକ ଯୁଧିଷ୍ଠିର ସ୍ୱାଇଁକୁ ଧରିବା ପରେ ପ୍ରାଥମିକ ତଦନ୍ତରୁ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ମୃତ ଯୁବତୀଙ୍କ ପରିବାର ଲୋକେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସର କହିବାନୁଯାୟୀ, ଅଭିଯୁକ୍ତ ଯୁଧିଷ୍ଠିର ସହ ସଂପୃକ୍ତ ଯୁବତୀଙ୍କ ସହ କିଛି ମାସ ହେବ ପ୍ରେମ ସଂପର୍କ ରହିଆସିଥିଲା। ଦୁଇ ମାସ ପରେ ଉଭୟଙ୍କ ରେଜେଷ୍ଟ୍ରି ବିବାହ ହୋଇଥାନ୍ତା। ବିବାହ କରିବାକୁ ଅରାଜି ଥିଲା ଯୁଧିଷ୍ଠିର । ମାତ୍ର ପ୍ରେମିକା ଜଣକ ଗର୍ଭବତୀ ଥିବାରୁ ସେ ବିବାହ ପାଇଁ ପ୍ରେମିକକୁ ବାଧ୍ୟ କରିଥିଲେ। ଏହି କାରଣରୁ ଯୁଧିଷ୍ଠିର ଯୁବତୀଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତଦନ୍ତ ପରିସରଭୁକ୍ତ ରହିଛି। ଚନ୍ଦକା ଓ ସତ୍ୟବାଦୀ ପୋଲିସ ମିଳିତ ଭାବରେ ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡ ପଛରେ କେବଳ ଯୁଧିଷ୍ଠିର ନା ଆଉ କେହି ଜଡ଼ିତ, ସମ୍ପୂର୍ଣ୍ଣ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୋଲିସ କହିଛି।

Leave A Reply

Your email address will not be published.