କଲରା ସ୍ୱାଦରେ ପିତା ହେଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହିତକର ସାବ୍ୟସ୍ତ ହୋଇଥାଏ । ପ୍ରତ୍ୟକ ଭାରତୀୟ କଲରାକୁ ଭଜା କିମ୍ବା ତରକାରୀ କରି ଖାଉଥିବା ବେଳେ ଅନେକ ଲୋକ ଏହାର ଜୁସ୍ ପ୍ରସ୍ତୁତ କରି ପିଇବାକୁ ପସନ୍ଦ କରିଥାନ୍ତି । କଲରାରେ ପର୍ଯ୍ୟାପ୍ତ ପରିମାଣରେ ଆଇରନ, ମ୍ୟାଗ୍ନେସିୟମ ଏବଂ ଭିଟାମିନ ସି ଭଳି ଜରୁରୀ ପୋଷକ ତତ୍ୱ ଉପସ୍ଥିତ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସ;ୁ ଜାଣିବା କଲରା ଜୁସ୍ର ଉପକାରୀତା ସମ୍ବନ୍ଧରେ ।
୧. ଶରୀରରେ ଇନସୁଲିନର ସ୍ତର କମ ହେବା ଫଳରେ ଡାଇବେଟିଜର ସମସ୍ୟା ଉପୁଜିଥାଏ । ତେବେ କଲରାରେ ଇନସୁଲିନ ଭଳି ଏକ ଜରୁରୀ ତତ୍ୱ ଉପସ୍ଥିତ ଥାଏ, ଯାହା ଡାଇବେଟିସ୍ ଭଳି ସମସ୍ୟାକୁ ଦୂର କରିଥାଏ । କଲରା ଜୁସ୍ ପିଇବା ଦ୍ୱାରା ବ୍ଲଡ ସୁଗାରର ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
୨. କଲରା ଜୁସ୍ ପିଇବା ଦ୍ୱାରା ବ୍ୟାଡ କୋଲେଷ୍ଟ୍ରଲର ସ୍ତର କମ ହୋଇଥାଏ । ଏହା ରକ୍ତ ଚାପର ସମସ୍ୟାକୁ ଦୂର କରିବା ସହ ହୃଦ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।
୩. କଲରା ଜୁସ୍ ଲିଭରକୁ ଡିଟୋକ୍ସ କରିବାରେ ସାହାଯ୍ୟ କରିଥାଏ । ଏହା ଲିଭରରୁ ଟକସିନ୍ସ ପଦାର୍ଥ ବାହାର କରି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
୪. କଲରାରେ ଶକ୍ତିଶାଳି ଆଣ୍ଟି ଅକ୍ସିଡେଣ୍ଟ ଭଳି ଭିଟାମିନ ଏ ଏବଂ ଭିଟାମିନ ସିର ମାତ୍ରା ଅଧିକ ରହିଥାଏ । ଏହା ସହିତ ଏଥିରେ ଜିଙ୍କ ଭଳି ଜରୁରୀ ପୋଷକ ତତ୍ୱ ରହିଥାଏ, ଯାହା ତ୍ୱଚା ପାଇଁ ହିତକର ସାବ୍ୟସ୍ତ ହୋଇଥାଏ ।
Prev Post