୭୦ ହଜାର ହୋମଗାର୍ଡଙ୍କ ପାଇଁ ଖୁସି ଖବର, ମିଳିବ କନଷ୍ଟେବଳଙ୍କ ପରି ବେତନ

0

ନୂଆଦିଲ୍ଲୀ,୩୦/୭: ଉତ୍ତର ପ୍ରଦେଶର ପ୍ରାୟ ୭୦ ହଜାର ହୋମଗାର୍ଡଙ୍କୁ ମିଳିଛି ବଡ଼ ଆଶ୍ଵସ୍ତି। ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ବଳବତ୍ତର ରଖି ହୋମଗାର୍ଡଙ୍କୁ ଆଶ୍ଵସ୍ତି ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶର ହୋମଗାର୍ଡଙ୍କୁ ପୋଲିସ କନଷ୍ଟେବଳଙ୍କ ପରି ବେତନ ଦେବାକୁ ରାୟ ଦେଇଥିଲେ। ଏହା ବିରୋଧରେ ୟୁପି ସରକାର ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ। ମାତ୍ର ସୁପ୍ରିମକୋର୍ଟ ୟୁପି ସରକାରଙ୍କ ଆବେଦନକୁ ଖାରଜ କରିଥିଲେ।

ଉଲ୍ଲେଖଯୋଗ୍ୟ, ହାଇକୋର୍ଟ ହୋମଗାର୍ଡଙ୍କୁ ନିୟମିତ ଦରମା ଦେବା ଦାବିକୁ ଖାରଜ କରିଥିଲେ। ମାତ୍ର ହାଇକୋର୍ଟ ହୋମଗାର୍ଡଙ୍କ ସେବାକୁ ଦେଖି ରାୟ ଦେଇଥିଲେ ଯେ ହୋମଗାର୍ଡଙ୍କୁ ପ୍ରତିଦିନ ସେତିକି ଭତ୍ତା ଦିଆଯାଉ ଯେତିକି ଜଣେ ପୋଲିସ କନଷ୍ଟେବଳକୁ ସର୍ବନିମ୍ନ ଦରମା ମିଳୁଛି। ୟୁପି ହୋମଗାର୍ଡ ଅଧିନିୟମ ୧୯୬୩ ଆଧାରରେ ହୋମଗାର୍ଡଙ୍କ ସେବା ନିଆଯାଏ। ହୋମଗାର୍ଡ ନିୟମିତ ଭାବେ ପୋଲିସର ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ସାହାଯ୍ୟ କରନ୍ତି।

Leave A Reply

Your email address will not be published.