ଅଁଳା ଆଚାର

ପ୍ରସ୍ତୁତି ସାମଗ୍ରୀ- ଅଁଳା ୧ କିଲୋ, କାଗିଜିଲେମ୍ବୁ ୪ଟି, ଗୋଲମରିଚ ୨ଚାମଚ, ଲୁଣ ଓ ବିଟଲୁଣ ପରିମାଣ ମୁତାବକ ।
ପ୍ରଣାଳୀ- ଅଁଳା ଏବଂ କାଗିଜିଲେମ୍ବୁରୁ ମଞ୍ଜି ବାହାର କରି ନେଇ ଖରାରେ ଶୁଖାଇ ଦିଅ;ୁ । ଏହା ପୁରା ଖଡ଼ ଖଡ଼ ହୋଇଗଲେ ଏହାକୁ ଶିଳ କିମ୍ବା ହେମଦସ୍ତାରେ କୁଟି ଭଲଭାବେ ଗୁଣ୍ଡ କରିନିଅ;ୁ । ଅଁଳାଚୁରା, ବିଟଲୁଣ, ଗୋଲମରିଚ ଚୁରା ଓ ଲେମ୍ବୁ ରସ ମିଶାଇ ଖରାରାରେ ଶୁଖାଇବେ । ଏହାପୁରା ଶୁଖିଗଲେ ଏହାକୁ ପୁଣିଥରେ ଶିଳରେ ଚୁରିନେଇ, ବୋତଲରେ ରଖିବେ । ଭାତ ଖାଇବା ପୂର୍ବରୁ ଏହାକୁ ୧ଚାମଚ ଖାଇଲେ ଏହା ହଜମ ଶକ୍ତି ବୃଦ୍ଧି କରିଥାଏ ।