ଲକ୍ଷ୍ନୌ,୨୨/୨: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ଆସନ ବୁଢାମଣା ସରିଛି । ମୋଟ ୮୦ଟି ଆସନ ମଧ୍ୟରୁ ୩୮ରେ ବହୁଜନ ସମାଜ ପାର୍ଟି ଓ ୩୭ରେ ସମାଜବାଦୀ ପାର୍ଟି ପ୍ରତିଦ୍ୱନ୍ଦିତା କରିବ। ତେବେ ଅଖିଳେଶ ଯାଦବଙ୍କ ହାତକୁ ଏମିତି ଏକ ଆସନ ଆସିଛି ଯେଉଁଠି ସେ ଭାଜପା ବଦଳରେ ସିଧାସଳଖ କଂଗ୍ରେସ ସହ ଲଢି ପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଅଖିଳେଶଙ୍କୁ ଯେଉଁ ନିର୍ବାଚନ ମଣ୍ଡଳୀ ମିଳିଛି ସେଠାରେ ପ୍ରାୟ ୧୨ଟି ଆସନ ଥିବା ବେଳେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ମହାସଚିବ ହେବା ପରେ ସେଠାରେ କଂଗ୍ରେସର ପତିଆରା ଥିବା କୁହାଯାଉଛି । ତେଣୁ ଏହି ଆସନରେ ଆଉ ମାୟାବତୀ ନୁହେଁ ବରଂ ଅଖିଳେଶଙ୍କ ସହ ପ୍ରିୟଙ୍କାଙ୍କର ସିଧାସଳଖ ଲଢେଇ ହୋଇପାରେ ବୋଲି ଆଲୋଚନା ହେଉଛି ।