ସିଙ୍ଗାପୁର ନାମ ଶୁଣିବା ମାତ୍ରେ ହିଁ ସେଠାରେ ଛୁଟି କିପରି କଟାଇବେ ତା’ର ଯୋଜନା ମନରେ ତିଆରି ହୋଇ ଯାଇଥାଏ । ଯଦି ଆପଣ ଛୁଟି ମନାଇବାକୁ ସିଙ୍ଗାପୁର ଯାଉଛନ୍ତି, ତା’ହେଲେ ଏଇ ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ଆମେ ସମସ୍ତେ ଜାଣିଛେ, ସିଙ୍ଗାପୁରରେ ଅପରାଧ ମାତ୍ରା ବହୁତ କମ୍ । ହେଲେ ଆପଣ ଜାଣି ନ ଥିବେ ଯେ, ସାମାନ୍ୟ ଭୁଲ ଯୋଗୁଁ ମଧ୍ୟ ଲୋକଙ୍କୁ ଜେଲ ଯିବାକୁ ପଡ଼ିଥାଏ । ଆମେ ଆପଣଙ୍କୁ ଜାଣେଇବାକୁ ଯାଉଛୁ ଏମିତି କିଛି ତଥ୍ୟ ଯାହାକି ଆପଣଙ୍କ ଛୁଟିକୁ ଆହୁରି ସୁନ୍ଦର କରିଦେବ । ସିଙ୍ଗାପୁରରେ ନିଜ ଘର ଭିତରେ ବିନା କପଡ଼ାରେ ରହିପାରିବେନାହିଁ । ଅର୍ଥାତ୍ ଘର ଭିତରେ ବି କପଡା ପିନ୍ଧିବା ବାଧ୍ୟତାମୂଳକ । ଯଦି ନିୟମ ଉଲଙ୍ଘନ କରନ୍ତି, ହଇରାଣ ହେବାକୁ ପଡ଼ିପାରେ । ଏଠାକାର ସରକାର ଆପଣଙ୍କ ଘର ଉପରେ ମଧ୍ୟ ନଜର ରଖିଥାଆନ୍ତି । ଯଦି ଆପଣ ଘର ଭିତରେ ବିନା କପଡ଼ାରେ ରୁହନ୍ତି, ତେବେ ଆପଣଙ୍କ ବିରୋଧରେ ପର୍ନଗ୍ରାଫି ମକଦ୍ଦମା ହୋଇପାରେ । ମନେ ରଖ;ୁ, ଗାଧୁଆ ଘରେ ବି ସତର୍କତା ଅବଲମ୍ବନ କରିବେ । ଏହାଛଡ଼ା ଅନ୍ୟର ୱାଇ-ଫାଇ ବ୍ୟବହାର କରିପାରିବେ ନାହିଁ , ସର୍ବସାଧାରଣରେ ସିଗାରେଟ ପିଇଲେ ଜେଲ ଓ ଜରିମାନା ଲାଗିପାରେ । ସେପରି ଚୁଇଙ୍ଗମ୍ ଖାଇଲେ ଓ ବିକିଲେ ହୋଇପାରେ ଜେଲ୍ । ଏହି ନିୟମକୁ ୨୦୦୪ରୁ ଲାଗୁ କରାଯାଇଛି । ନିୟମ ଉଲଘଂନ୍ନ କଲେ ଦୋଷୀଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡେ । ସମଲିଙ୍ଗୀ ଯୌନ ସମ୍ପର୍କକୁ ମନା । ଏ ସମ୍ବନ୍ଧରେ ସରକାର ଜାଣିଲେ ୨ବର୍ଷ ଜେଲ ଦଣ୍ଡ, ମନେ ମନେ ଗୀତ ଗାଇଲେ ମଧ୍ୟ ୩ବର୍ଷ ଜେଲ ଦଣ୍ଡ ହେବାର ନିୟମ ରହିଛି ଏବଂ ସର୍ବସାଧାରଣରେ ଛେପ ପକାଇଲେ ୭୦ ହଜାର ଜରିମାନା ଦେବାକୁ ପଡ଼ିଥାଏ ।