ଅଣ୍ଡା କୁରୁମା

ପ୍ରସ୍ତୁତି ସାମଗ୍ରୀ- ୪ଟି ଅଣ୍ଡା, ୨ଟି ପିଆଜ, ୪ ପାଖୁଡ଼ା ରସୁଣ, ଅଧଇଞ୍ଚ ଅଦା, ୪ଟା ଶୁଖିଲା ଲଙ୍କା, ଅଧ ଚାମଚ ଧନିଆ, ୧ ଚାମଚ ଜିରା, ଅଧଚାମଚ ପୋସ୍ତ, ୧ଟା ଲବଙ୍ଗ, ୨ଟା ଗୁଜୁରାତି, ଅଧଇଞ୍ଚ ଡ଼ାଲଚିନି, ଅଧକପ୍‌ ତେଲ, ୧ଟା ଟମାଟୋ, ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ- ଅଣ୍ଡା ସିଝାଇ ଚୋପା ଛଡ଼ାଇ ମଝିରୁ ଚିରି ୨ଖଣ୍ଡ କରି ରଖିବ । ପିଆଜକୁ ଛୋଟଛୋଟ ଖଣ୍ଡ କାଟିଦେବ । ଅନ୍ୟ ସବୁ ମସଲା ଆଉ ଗୋଟାକ ପିଆଜ ଭଲଭାବରେ ବାଟିଦେବ । ଟମାଟୋ ଛୋଟ ଛୋଟ କରି କାଟି ରଖିବ । କରେଇରେ ତେଲ ଗରମ କରି ପିଆଜକୁ ଭାଜିଦେବ । ପିଆଜ ଲାଲ୍‌ ହୋଇଗଲେ ବଟା ମସଲାକୁ ଭାଜିବ । ମସଲାରୁ ଭଲ ବାସନା ଆସିଲେ ଟମାଟୋ କଟା ପକାଇ ଅଣ୍ଡା ଖଣ୍ଡଗୁଡ଼ିକ ପକାଇ ଅଳ୍ପ ଟିକେ ଗୋଳାଇ ଦେଇ ଓହ୍ଲାଇଦେବ ।