ଅନନ୍ତନାଗରେ ସେନାର ଏନକାଉଣ୍ଟର, ୬ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର, ୨୩/୧୧ : ଜାମ୍ମୁ-କାଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କୁ ଏକ ବଡ ଧରଣର ସଫଳତା ମିଳିଛି । ଅନନ୍ତନାଗ ଜିଲ୍ଲାର ସେକିପୋରା ଅନର୍ଗତ ବିଜବିହାରୀଠାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ସୂଚନା ମୁତାବକ, ଏହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୁଚନା ମିଳିଛି । ଘଟଣା ସ୍ଥଳରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓବଂ ଗୋଳାବାରୁଦ ଜବତ କରାଯାଇଛି । ମୃତ ଆତଙ୍କବାଦୀମାନେ ସ୍ଥାନୀୟ ନାଗରିକ ଥିଲେ ଏବଂ ସେମାନେ ହାଜୀବୁଲ ମୁଜାହିଦ୍ଦୀନ ଆତଙ୍କୀ ସଂଗଠନ ସହ ଜଡିତ ଥିଲେ ବୋଲି କୁହାଯାଉଛ । ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରୀ ରହିଛି । ଏହା ବ୍ୟତିତ ଘଟଣାକୁ ଆଖିରେ ରଖି ସେଠାକାର ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛ ।