ଅନିଚ୍ଛା ଗର୍ଭରୁ ରକ୍ଷା କରିବ ‘ଆପ୍‌’

ମହିଳାମାନେ ଏପର୍ଯ୍ୟନ୍ତ ଅବାଞ୍ଛିତ ଗର୍ଭରୁ ନିଜକୁ ରକ୍ଷା କରିବା ପାଇଁ ଗର୍ଭନିରୋଧକ ବଟିକାର ବ୍ୟବହାର କରୁଛନ୍ତି । ଯାହା ତାଙ୍କ ଶରୀର ପାଇଁ କ୍ଷତିକାରକ । କି;ୁ ଏବେ ଏମିତି ଏକ ଆପ୍‌ ଉପଲବ୍ଧ, ଯାହା ମହିଳାମାନଙ୍କୁ ଅବାଞ୍ଛିତ ଗର୍ଭରୁ ବଞ୍ଚାଇପାରିବ । ଏହି ଆପ୍‌ଟିର ନାଁ ହେଉଛି ‘ଡୋଟ’ ଅର୍ଥାତ୍‌ ଡାୟନାମିକ୍‌ ଅଁପଟିମଲ ଟାଇମିଙ୍ଗ୍‌ । ଏହି ଆପ୍‌ଟି ମହିଳାମାନଙ୍କ ମାସିକ ଋତୁସ୍ରାବ ସମ୍ବନ୍ଧରେ ସମସ୍ତ ତଥ୍ୟ ପ୍ରସ୍ତୁତ କରିବ । ଏହି ତଥ୍ୟ ଏବଂ ମହିଳାଙ୍କ ଶରୀରର ତାପମାତ୍ରାରୁ ‘ଡୋଟ’ ଆପ୍‌ ପ୍ରଜନନ ସମ୍ବନ୍ଧିତ ସୂଚନା ମଧ୍ୟ ଦେବ । କେବଳ ଏତିକି ନୁହେଁ କେଉଁ ସମୟରେ ଅଧିକ ପ୍ରଜନନର ଆଶଙ୍କା ରହିଛି ତାହା ମଧ୍ୟ ସୂଚାଇବ । ଦାବି କରାଯାଉଛି କି, ଏହି ଆପ୍‌କୁ ଯଦି ସଠିକ୍‌ ଭାବେ ବ୍ୟବହାର କରାଯାଏ, ତେବେ ୯୬ ରୁ ୯୮ ପ୍ରତିଶତ ମହିଳା ନିଜକୁ ଅବାଞ୍ଛିତ ଗର୍ଭରୁ ରକ୍ଷା କରିପାରିବେ ।

SBI_Festive_Digital Billboard