ଯଦି ଆପଣଙ୍କର କୌଣସି ବିଷୟ ଉପରେ ଭଲ ଜ୍ଞାନ ଅଛି, ତା’ହେଲେ ଆପଣ ଅନ୍ଲାଇନ୍ ଟୁ୍ୟସନ୍ ଦେଇ କିଛି ଅର୍ଥ ରୋଜଗାର କରିପାରିବେ । ଆପଣ ଘରେ ବସି ଦୁନିଆର ଯେକୌଣିସ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇପାରିବେ । ଅନ୍ଲାଇନ୍ ଟୁ୍ୟଟୋରିଂ ନଲେଜ୍ ପ୍ରୋସେସ୍ ଆଉଟ୍ ସୋର୍ସିଂ(କେପିଓ) ମାଧ୍ୟମରେ ଦୂରରେ ଥିବା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗାଯୋଗ ଠିକ୍ ହୋଇପାରିବ । ଏଥିରେ ପିଲାମାନେ ଶିକ୍ଷକଙ୍କ ସହିତ ସମ୍ପର୍କ କରିପାରିବେ ଓ ସହଜରେ ପାଠ ପଢ଼ିପାରିବେ । ଲାଇଭ-ଇ-ଟୁ୍ୟଟରିଂ ଭଳି ଏକ ଭର୍ଚୁଆଲ୍ କ୍ଲାସରୁମ୍ ଥାଏ, ଯେଉଁଠାରେ ଭର୍ଚୁଆଲ ଟୁଲ୍, ହ୍ୱାଇଟ୍ ବୋର୍ଡ଼ ଓ ଚାଟିଂର ସୁବିଧା ହୋଇଥାଏ । ତା’ସହିତ ଅନ୍ଲାଇନ୍ ରାଇଟିଂ ଲ୍ୟାବ ସାହାଯ୍ୟରେ ପିଲାମାନେ ତାଙ୍କ ଅସୁବିଧାକୁ ଲେଖି ଟୁ୍ୟଟର ପାଖକୁ ପଠାଇପାରିବେ । ମେସେଜ୍ ପାଇବା ମାତ୍ରେ ହିଁ ଟୁ୍ୟଟରକୁ ଉତ୍ତର ଦେବାକୁ ହେବ । କ୍ରିଏଟିଭ ପିଲାଙ୍କ ପାଇଁ ଅନ୍ଲାଇନ୍ ଟୁ୍ୟସନ୍ ଏକ ବେଷ୍ଟ ଅପ୍ସନ । ଯଦି କିଛି ଟିଚିଂ ଏକ୍ସପିରିଏନ୍ସ ରହିଛି ତା’ହେଲେ ତ ବହୁତ ଭଲ ।
