ଅଭିଜିତ୍‌ଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର, ୫/୧୨: ଶ୍ରୀମନ୍ଦିର, ସୂର୍ଯ୍ୟମନ୍ଦିର ଏବଂ ଓଡ଼ିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ସାମ୍ବାଦିକ ଅଭିଜିତ୍‌ ଆୟର ମିତ୍ରଙ୍କୁ ବୁଧବାର ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ସହିଦନଗର ଓ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ଜାମିନବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ପ୍ରକାଶ ଯେ, ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ତାଙ୍କୁ ମୁକ୍ତ କରିବା ପାଇଁ ସେ ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିବେଦନ କରିଥିଲେ। କିନ୍ତୁ ଜେଲ ବିଭାଗ ଡିଆଜି ଚିଠିକୁ ଲୁଚାଇ ରଖିଥିଲେ। ଅଭିଜିତ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଭୟରେ ସେ ଗୃହ ବିଭାଗକୁ ପଠାଇ ଦେଇଥିଲେ। ଗୃହ ବିଭାଗ ଚିଠି ପାଇବା ପରେ ତାହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦେଇଥିଲା। ଉକ୍ତ ଚିଠି ଆଧାରରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

SBI_Festive_Digital Billboard