ଅଭିନନ୍ଦନଙ୍କୁ “ପରମ ବୀର ଚକ୍ର” ପ୍ରଦାନ ପାଇଁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

0

ଚେନ୍ନାଇ,୮/୩ : ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ପରମବୀର ଚକ୍ର ପ୍ରଦାନ କରିବାକୁ କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ । ସେ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ଅଭିନନ୍ଦନ ନିଜ ସାହସିକତା ପାଇଁ ଦେଶ ବିଦେଶ ସବୁଠି ପାଇଛନ୍ତି ପ୍ରଶଂସା। ନିକଟରେ ପାକିସ୍ତାନର ବାଲାକୋଟରେ ଯୁଦ୍ଧ ବିମାନ ମିଗ୍‌-୨୧ରୁ ଆକ୍ରମଣ କରି ପାକିସ୍ତାନର ଏଫ୍‌-୧୬କୁ ନଷ୍ଟକରି ସୁରକ୍ଷିତ ଭାବେ ଅବତରଣ କରିଥିଲେ।

Leave A Reply

Your email address will not be published.