ଅମଡା ଦୀପର କଥା

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯେଉଁଠାକୁ ଗଲେ କେହି ଫେରନ୍ତି ନାହିଁ । ଭାରତ ଅଧିକୃତ କ୍ଷେତ୍ରରେ ଆସୁଥିବା ସେଣ୍ଟିନଲ ଆଇଲ୍ୟାଣ୍ଡ ସେପରି ଏକ କୁଖ୍ୟାତ ଦ୍ୱୀପ । ଏଠାରେ ରହୁଥିବା ସେଣ୍ଟିନଲିୟ ଜନଜାତିଙ୍କର ବାହାର ଦୁନିଆ ସହ କୌଣସି ସଂପର୍କ ନାହିଁ । ଏମାନେ ଏତେ ମାତ୍ରାରେ ଆକ୍ରମଣାତ୍ମକ ଯେ ବାହାର ଦୁନିଆର କୌଣସି ବ୍ୟକ୍ତିଙ୍କୁ ଏମାନେ ପାଖକୁ ଆସିବାକୁ ଦିଅନ୍ତିନି । ଏହି ଜନଜାତିକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଯାଇ ଅନେକ ନିଜର ପ୍ରାଣ ହାରିଛନ୍ତି । ଏକ ପଳାତକ ଆସାମୀ ଭୁଲରେ ସେହି ଦ୍ୱୀପରେ ପହଞ୍ଚିଯାଇ ସେମାନଙ୍କର ଶିକାର ହୋଇଥିଲା । ୧୯୮୧ ମସିହାରେ ଏକ ଡଙ୍ଗା ବାଟଭୁଲି ସେହି ଦ୍ୱୀପର ନିକଟରେ ପହଞ୍ଚି ଥିଲା । କିଛି ଲୋକଙ୍କୁ ଧନୁ-ତୀର ଓ ଭାଲା ସହ କୂଳରେ ଛିଡାହୋଇଥିବା ଦେଖିଥିଲେ ସେଥିରେ ଥିବା ଯାତ୍ରୀଗଣ । ସୌଭାଗ୍ୟ ବଶତଃ ବର୍ତ୍ତିଯାଇଥିଲେ ସେମାନେ । ୨୦୦୪ ମସିହା ଭୂମିକମ୍ପ ଓ ସୁନାମୀ ପରେ ଭାରତ ସରକାର ସେହି ଦ୍ୱୀପର ଖବର ନେବାକୁ ଏକ ସେନା ହେଲିକପଫର ପଠାଇଥିଲେ । କିନ୍ତୁ ସେମାନେ ଏହା ଉପରେ ବି ଆକ୍ରମଣ କରିଥିଲେ । ଆକାଶମାର୍ଗରୁ ନିଆଯାଇଥିବା ଫଟୋରୁ ଏହା ସ୍ପଷ୍ଟ ଯେ ଚାରିଆଡ ଘନ ଜଙ୍ଗଲରେ ପୂର୍ଣ୍ଣ ଥିବାରୁ ଏହି ଜନଜାତି ଚାଷ କରନ୍ତିନି । ଏମାନେ ଶିକାର ଉପରେ ନିର୍ଭରଶୀଳ ବୋଲି ଅନୁମାନ କରାଯାଇଥିଲା ।

SBI_Festive_Digital Billboard