ଅମୃତ ଭଣ୍ଡାରେ ଅନେକ ପ୍ରକାରର ଭିଟାମିନ୍ ସହିତ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ରହିଛି । ପାଚିଲା ଅମୃତଭଣ୍ଡା ସାଙ୍ଗରେ ବତୁରା ହୋଇଥିବା କିସ୍ମିସ୍ ଏବଂ ମହୁ ମିଶାଇ ପ୍ରତିଦିନ ସକାଳୁ ଖାଇଲେ ଯକୃତ କ୍ରିୟା ଠିକ୍ ହୋଇଥାଏ ।
-ମୁହଁରେ କଳାଦାଗ ହେଲେ କିଛି ଦିନ ନିୟମିତ, ପାଚିଲା ଅମୃତଭଣ୍ଡାକୁ ମୁହଁରେ ଲଗାଇ କିଛି ସମୟ ପରେ ଧୋଇଲେ କଳାଦାଗ ନିଶ୍ଚିହ୍ନ ହୋଇଯାଏ ଓ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଏ ।
-ପାଚିଲା ଅମୃତଭଣ୍ଡାରେ କିସ୍ମିସ୍, କ୍ଷୀର ଏବଂ ଚିନି ମିଶାଇ ଖାଇଲେ ମଳ ପରିଷ୍କାର ହୁଏ । କେବଳ ପାଚିଲା ଅମୃତଭଣ୍ଡା ନିୟମିତ ଖାଇଲେ କୋଷ୍ଠବଦ୍ଧତା ରୋଗର ଉପକାର ମିଳେ ।
-ପ୍ରତିଦିନ କଞ୍ଚା ଅମୃତଭଣ୍ଡା ଚୋବାଇ ଖାଇଲେ ଅର୍ଶ ରୋଗୀ ଉପକାର ପାଇପାରିବେ ।
-ପ୍ରସୂତିମାନଙ୍କର କ୍ଷୀର ନ ହେଉଥିଲେ ଅମୃତଭଣ୍ଡା ତରକାରୀ ସେମାନଙ୍କ ପାଇଁ ବିଶେଷ ଉପକାରୀ ହୋଇଥାଏ ।
Prev Post