ଭୁବନେଶ୍ୱର. ୧୪/୧୨: ନେଦରଲାଣ୍ଡ୍ସଠାରୁ ହାରି ୱାଲïର୍କପ୍ରୁ ବିଦାୟ ନେବାପାରେ ଭାରତୀୟ ହକି ଦଳ ଅଧିନାୟକ ଓ କୋଚ୍ ପରାଜୟର କାରଣ ଅମ୍ପାୟରଙ୍କ ଭୁଲ୍ ନିଷ୍ପତ୍ତି ବୋଲି କହିଛନ୍ତି । ପ୍ରତିପକ୍ଷ ଖେଳାଳିଙ୍କୁ ଶାରୀରିକ ଆଘାତ ଦେଇଥିବାରୁ ଅମିତ ରୋହିଦାସଙ୍କୁ ହଳଦିଆ କାର୍ଡ ଦିଆଯାଇଥିଲେ ମଧ୍ୟ ବଳୟ ଭିତରେ ମନପ୍ରୀତଙ୍କୁ ସମାନ ଭୁଲ୍ ପାଇଁ ଜଣେ ନେଦରଲାଣ୍ଡ୍ ଖେଳାଳିଙ୍କୁ ଦଣ୍ଡିତ କରାଯାଇନଥିଲା ବୋଲି ଏକମାତ୍ର ଉଦାହରଣ ରଖିଥିଲେ କୋଚ୍ ହରେନ୍ଦ୍ର ସିଂହ । ଆମେ ଭଲ ଖେଳିଥିଲୁ, ମିଳିଥିବା ସୁଯୋଗର ସଦ୍ ବ୍ୟବହାର କରି ନପାରିବା ଏବଂ ଅମ୍ପାୟାରଙ୍କ ନିଷ୍ପତ୍ତି ଆମ ବିପକ୍ଷରେ ଯାଇ ନ ଥିଲେ ଫଳାଫଳ ଭିନ୍ନ ହୋଇପାରିଥାନ୍ତା ବୋଲି କହିଛନ୍ତି ଅଧିନାୟକ ମନ୍ପ୍ରୀତ୍ ।