ଅଯୋଧ୍ୟା ଏବଂ ମଥୁରାରେ ମଦମାଂସ ବିକ୍ରି ବନ୍ଦ ହେବ !

ଉତ୍ତରପ୍ରଦେଶ,୧୨/୧୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ଜନ୍ମଭୂମି ଅଯୋଧ୍ୟା ଏବଂ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାକୁ ତୀର୍ଥସ୍ଥାନ ଘୋଷଣା କରି ଏଠାରେ ମାଂସବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ବିଚାର କରୁଛନ୍ତି ।
ଶକ୍ତିମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ଆଜି ଏକ ସାକ୍ଷାତକାରରେ କହିଛନ୍ତି ଯେ ସାଧୁ ସନ୍ଥ ତଥା ଲକ୍ଷାଧିକ ଭକ୍ତ ଅଯୋଧ୍ୟା ଏବଂ ମଥୁରାରେ ମାଂସ ବିକ୍ରି ବନ୍ଦ କରିବା ପାଇଁ ଦାବି କରୁଛନ୍ତି । ସେମାନଙ୍କ ଦାବିକୁ ସମ୍ମାନ କରି ସରକାର ଏହି ସ୍ଥାନର ଆଖପାଖ ଅଂଚଳକୁ ମଧ୍ୟ ତୀର୍ଥସ୍ଥାନ ଗୋଷଣା କରିବାକୁ ଯୋଜନା କରୁଛନ୍ତି । ଏପରି ହେଲେ ଏଠାରେ ମାଂସ ବିକ୍ରି ବନ୍ଦ ହେବ । ତୀର୍ଥସ୍ଥାନ ଘୋଷଣା ନହେଲେ ଏହା ଉପରେ ପ୍ରତିବନ୍ଧକ ଲଗାଇବା ସମ୍ଭବପର ନୁହେଁ । ଏହି ଘଟଣାକୁ ସରକାର ଗୁରୁତର ସହକାରେ ଚିନ୍ତା କରୁଛନ୍ତି ।