ମୁମ୍ବାଇ, ୨୩/୧୨: ଏକ କୋଟି ଟଙ୍କା ଋଣ ନେଇ ଫେରାଇ ନ ପାରିବାରୁ ବଲିଉଡ୍ ଅଭିନେତା ଅର୍ଜୁନ୍ ରାମପାଲଙ୍କ ନାମରେ ଅପରାଧିକ ମାମଲା ରୁଜୁ ହୋଇଛି । ୱାଇଟି ଏଣ୍ଟରଟେନ୍ମେଣ୍ଟ ଲିମିଟେଡ୍ ନାମକ ଏକ କମ୍ପାନି ଅର୍ଜୁନ୍ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି । ଅର୍ଜୁନ ୱାଇଟି ଏଣ୍ଟରଟେନ୍ମେଣ୍ଟ ଲିମିଟେଡ୍ ନାମକ ଏକ କମ୍ପାନିଠାରୁ ୧୨ ପ୍ରତିଶତ ସୁଧ ହିସାବରେ ଏକ କୋଟି ଟଙ୍କା ଆଣିଥିଲେ । ଯାହାକୁ ପରେ ସେ ସୁଝିବାରେ ଅସମର୍ଥ ହୋଇଥିଲେ । ଚଳିତ ବର୍ଷ ମେ ମାସରେ ଅର୍ଜୁନ୍ ଋଣ ଟଙ୍କା ଆଣିଥିବା ବେଳେ ୯୦ ଦିନ ମଧ୍ୟରେ ଫେରାଇବା ପାଇଁ କଥା ଦେଇଥିଲେ । କି;ୁ ୯୦ ଦିନ ମଧ୍ୟରେ ସେ ଟଙ୍କା ଫେରାଇ ପାରି ନଥିଲେ । ପରେ କମ୍ପାନିକୁ ଯେଉଁ ଚେକ୍ ଦିଆ ଯାଇଥିଲା, ତାହା ବାଉନ୍ସ ହୋଇ ଯିବାରୁ କମ୍ପାନି ଅର୍ଜୁନ୍ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିବା ଜଣା ପଡ଼ିଛି ।