ଆଇଆର୍‌ସିଟିସିର ନୂତନ ସେବା

ଭାରତୀୟ ରେଳବାଇ ଅଧିକାରୀ ଟିକଟ ବୁକିଂ କ୍ଷେତ୍ରରେ ନୂଆ ସେବା ଜାରି କରିଛନ୍ତି । ଏହି ସେବାଦ୍ୱାରା ଯାତ୍ରୀ ଘରେ ବସି ଅନ୍‌ଲାଇନ୍‌ ରିଜର୍ଭେଶନ ତାଲିକା ଦେଖିପାରିବେ । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟି ରଖି ରେଳବାଇ ଅଧିକାରୀ ଏପରି ସେବା ଆରମ୍ଭ କରିଛନ୍ତି । ଯାତ୍ରା କରିବା ପୂର୍ବରୁ ଦେଖିପାରିବେ ଟ୍ରେନ୍‌ର କେଉଁ କୋଚ୍‌ର ସିଟ୍‌ ଖାଲି ଅଛି କି ନାହିଁ । ବୁକ୍‌ ହୋଇଥିବା ଟିକଟର ଡିଜିଟାଲ୍‌ ରିପ୍ରେଜେଣ୍ଟେସନ୍‌ ହୋଇପାରିବ । ରିଜର୍ଭେଶନ୍‌ ଚାର୍ଟକୁ ଯେକେହି ବି ଇଣ୍ଟରନେଟ୍‌ଦ୍ୱାରା ଦେଖିପାରିବେ । ଯଦି କୌଣସି ଟ୍ରେନ୍‌ରେ କିଛି ସିଟ୍‌ ଖାଲି ଅଛି ତେବେ ବର୍ଥ ଉପଲବ୍ଧ ରହିଛି କି ନାହିଁ ମଧ୍ୟ ଜାଣିହେବ । ଏହି ଟ୍ରେନ୍‌ର ନିର୍ଦ୍ଧାରିତ ପ୍ରସ୍ଥାନର ୪ ଘଣ୍ଟା ପୂର୍ବରୁ ସୂଚାଇ ଦିଆଯିବ । ଏହି ସେବାର ଲାଭ ଆଇଆର୍‌ସିଟିସି େୱବ୍‌ସାଇଟ୍‌ ଜାଣିହେବ । ଆଇଆର୍‌ସିଟିସି ଆପ୍‌ େୱବ୍‌ ବ୍ରାଉଜର ଜରିଆରେ ଉପଯୋଗ କରାଯାଇପାରିବ । ଯଦି ସିଡୁ୍ୟଲ୍‌ଡ ଡିପାର୍ଚର ୩୦ ମିନିଟ୍‌ ପୂର୍ବରୁ ଆଉ ଏକ ଚାର୍ଟ ପ୍ରସ୍ତୁତ କରାଯାଏ ତେବେ ବିକଳ୍ପ ସିଟ୍‌ ମଧ୍ୟ ମିଳିପାରିବ ଯାହାକୁ ଅନ୍‌ବୋର୍ଡ ବୁକ୍‌ କରାଯାଇପାରିବ । ଟ୍ରେନ୍‌ ଆଗକୁ ବଢିବା ସହ ଲୋକେସନ୍‌ ବିବରଣୀ ମଧ୍ୟ ସୂଚାଇଦେବ ।