ଆଗ୍ରା ନାମ ପରିବର୍ତ୍ତନ ଯୋଜନା : ପ୍ରଭାବିତ ହେବ ପର୍ଯ୍ୟଟନ ଶିଳ୍ପ

ଲକ୍ଷ୍ନୌ,୧୨/୧୧: ଉତ୍ତରପ୍ରଦେଶର ଐତିହାସିକ ସହର ଆଗ୍ରାର ନାମ ପରିବର୍ତ୍ତନ ପାଇଁ ଭାଜପା ବିଧାୟକ ଜଗନ ପ୍ରସାଦ ଗର୍ଗ ସୂଚନା ଦେଇଥିଲେ। ତେବେ ଏହାକୁ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ବିରୋଧ କରାଯାଇଛି। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ଅଭିଯୋଗ କରିଛନ୍ତି। ଦେଶ ବିଦେଶରୁ ପ୍ରତିବର୍ଷ ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ମାତ୍ର ଆଗ୍ରାର ନାମ ପରିବର୍ତ୍ତନ କରାଯାଇ ଏହାକୁ ଅଗ୍ରବନ ରଖାଗଲେ ରାଜସ୍ବ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।