ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନ୍ଙ୍କର ସ୍ୱାସ୍ଥ୍ୟାବସ୍ଥା ଖୁବ୍ ଗୁରୁତର । ଗତ କିଛି ଦିନ ହେଲା ତାଙ୍କର ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ଚିକିତ୍ସା ଚାଲୁ ରହିଛି । ତେବେ ସେ କରୋନା ପଜିଟିଭ୍ ହୋଇଛନ୍ତି ଏବଂ ତାଙ୍କୁ ନିଶ୍ୱାସ ନେବାର ବହୁତ କଷ୍ଟ ହେଉଛି। ଏବେ ହସ୍ପିଟାଲ ପକ୍ଷରୁ ତାଙ୍କର ସ୍ୱାସ୍ଥ୍ୟ ସୂଚନା ଜାରି କରାଯାଇଛି। ସୂଚନା ଦିଆଯାଇଛି କି ଫୁସଫୁସ୍ ପରେ ଆଜମ ଖାନ୍ଙ୍କର କିଡନୀରେ ମଧ୍ୟ ସମସ୍ୟା ଦେଖା ଦେଇଛି।
ସୂଚନାନୁଯାୟୀ , ବର୍ତ୍ତମାନ ସମୟରେ ଆଜମ ଖାନ୍ଙ୍କୁ କ୍ରିଟିକଲ କେୟାର ଓ ନେଫ୍ରୋଲଜି ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି। ତାଙ୍କୁ ଏହି ସମୟରେ ଆଇସିୟୁରେ ୩ରୁ ୫ଲିଟର ଅକ୍ସିଜେନ୍ର ଆବଶ୍ୟକ ହେଉଛି। ଏହା ପୂର୍ବରୁ ଡାକ୍ତରଙ୍କ ଦ୍ୱାରା କୁହାଯାଉଥିଲା କି ଆଜମଙ୍କର ଫୁସଫୁସ୍ରେ ଫାଇବ୍ରୋସିସ୍ ଓ କ୍ୟାଭିଟି ଥିବା ଜଣାପଡ଼ିଛି। ଏହି କାରଣରୁ ତାଙ୍କର ସ୍ଥିତି ଅଧିକ କ୍ରିଟିକଲ ଦେଖିବାକୁ ମିଳିଛି ।