ଆଜିଠୁ ଅନ୍‌ଲାଇନ୍‌ ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବ ଟିକେଟ

ଭୁବନେଶ୍ୱର,୨୦/୧୧: ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ ପାଇଁ ଆଜିଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ଆଜି ମଧ୍ୟାହ୍ନ ୧୨ଟାରୁ ଟିକେଟ ବିକ୍ରି ଆରମ୍ଭ ହେବାନେଇ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ହକିପ୍ରେମୀ www.ticketgenie.in ୱବସାଇଟରେ ଅନଲାଇନରେ ଟିକେଟ କିଣିପାରିବେ । ନଭେମ୍ବର ୨୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ୨୮ରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଅନଲାଇନରେ ଟିକେଟ ଉପଲବ୍ଧ ହେବ । ଭୁବନେଶ୍ୱର ପାଇଁ ୧୦ ହଜାର ୫୦୦ ଟିକେଟ ଓ କଟକ ପାଇଁ ଅନଲାଇନରେ ୩୦ ହଜାର ଟିକେଟ ରହିଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉଦଘାଟନୀରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଓ ବାରବାଟୀ ଉଦଘାଟନୀରେ ଏ.ଆର .ରେହେମାନ ସଙ୍ଗୀତ ପରିବେଷଣ କରିବେ । କଳିଙ୍ଗ ଷ୍ଟାଡିୟମର ଟିକେଟ ମୂଲ୍ୟ ୫୦୦ ଟଙ୍କା ରହିଥିବାବେଳେ କଟକ ଉଦଘାଟନୀ ଟିକେଟର ମୂଲ୍ୟ ୧୦୦ରୁ ୫୦୦ ଟଙ୍କା ରହିଛି ।