ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ, ୩୦/୦୧  : ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀକୁ ସହିଦ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଉଭୟ ନେତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ମନେପକାଇ ଏକ ବିକଶିତ ଏବଂ ସ୍ବାବଲମ୍ବୀ ଭାରତ ଗଠନ ଉପରେ ଗୁରୁତ୍ବାରୋପ କରିଥିଲେ ।  ‘‘ରାଷ୍ଟ୍ରୀୟ ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି । ବାପୁ ସବୁବେଳେ ସ୍ବଦେଶୀ ଉପରେ ଗୁରୁତ୍ବ ଦେଉଥିଲେ । ଯାହା ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ଆମ ସଂକଳ୍ପର ମୂଳଦୁଆ । ତାଙ୍କ ବ୍ୟକ୍ତିତ୍ବ ଏବଂ କୃତିତ୍ୱ ଦେଶବାସୀଙ୍କ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ । ’’ ମହାତ୍ମା ଗାନ୍ଧୀଙ୍କ ସ୍ବଦେଶୀ ଆହ୍ବାନର ବିକଶିତ ଭାରତର ମୌଳିକ ନୀତି ଭାବରେ ସେ ବର୍ଣ୍ଣନା କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ବାପୁ ସର୍ବଦା ସ୍ୱଦେଶୀ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ । ଯାହା ଆଜିର ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ପାଇଁ ସଂକଳ୍ପର ଏକ ମୌଳିକ ସ୍ତମ୍ଭ ।