ଭୁବନେଶ୍ୱର,୧୫/୭: ଆଜି ରସଗୋଲା ଦିବସ। ପ୍ରଭୁ ଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ତିଥିରେ ପ୍ରତିବର୍ଷ ପାଳିତ ହୋଇ ଆସୁଛି ଏହି ରସଗୋଲା ଦିବସ। ନିଳାଦ୍ରୀ ବିଜେ ସମୟରେ ମଧ୍ୟ ପ୍ରଭୁ ଜଗନ୍ନାଥ, ପ୍ରାଣପ୍ରିୟା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଥିବାରୁ ଏହି ବଳିଷ୍ଠ ପ୍ରମାଣ ସହ ରସଗୋଲା ଦିବସ ପାଳନ କରାଯାଉଛି। ରସଗୋଲା ଦିବସ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି।
