ତାମିଲ ସିନେମାରୁ କ୍ୟାରିୟର ଆରମ୍ଭ କରିଥିବା ବଲିଉଡ୍ ନାୟିକା ହଂସିକା ମୋଟୱାନୀ ଏବେ ସଭିଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ହଂସିକା ବ୍ୟବହାର କରୁଥିବା ଫୋନ୍ ଓ ଇନ୍ଷଫାଗ୍ରାମ ଆକାଉଣ୍ଟ ହ୍ୟାକ୍ ହେବାନେଇ ଅଭିଯୋଗ ବାଢ଼ିଛନ୍ତି ଏହି ନାୟିକା ଜଣଙ୍କ। ସୋସାଲ ମିଡିଆରେ ହଂସିକାଙ୍କ ପ୍ରାଇଭେଟ୍ ଫଟୋମାନ ଭାଇରାଲ ହେବାରେ ଲାଗିଛି । ଏଥିପାଇଁ ସୋସାଲ ମିଡିଆ ୟୁଜରମାନେ ହଂସିକାଙ୍କୁ ଟ୍ରୋଲ କରିବାକୁ ପଚ୍ଛାଇ ନାହାନ୍ତି । ତେବେ ହଂସିକା ପବ୍ଲିକ୍ ଆଟେନ୍ସନ୍ ପାଇଁ ତାଙ୍କ ବିକିନି ଫଟୋକୁ ଭାଇରାଲ କରିଛନ୍ତି । କିନ୍ତୁ ଏହାର ଖଣ୍ଡନ କରି ହଂସିକା କହିଛନ୍ତି ‘ମୁଁ ଅନ୍ୟମାନଙ୍କ ଆଟେନ୍ସନ୍ ପାଇଁ ଏଭଳି କରି ନାହିଁ ।’କିଛି ବର୍ଷ ପୂର୍ବରୁ ହଂସିକାଙ୍କ ପରି ଦେଖାଯାଉଥିବା ଜଣେ ଯୁବତୀଙ୍କ ପ୍ରାଇଭେଟ୍ ଭିଡିଓ ସୋସାଲ ମିଡିଆରେ ଘୁରି ବୁଲୁଥିଲା । ଭିଡିଓରେ ଥିବା ମହିଳା ଜଣଙ୍କ ହଂସିକା ବୋଲି ଲୋକେ କହୁଥିଲେ । ବର୍ତ୍ତମାନ ନାୟିକାଙ୍କ ଫୋନ୍ ଓ ଇନ୍ଷଫାଗ୍ରାମ ଆକାଉଣ୍ଟ ହ୍ୟାକ୍ କରିଥିବା ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ଲାଗିପଡ଼ିଛନ୍ତି । ତେବେ ହ୍ୟାକର ପଠାଉଥିବା ମେସେଜ୍ର କୌଣସି ରିପ୍ଲାଏ ନ ଦେବା ପାଇଁ ନିଜ ସାଙ୍ଗ ଓ ସମ୍ପର୍କିୟଙ୍କୁ ଅନୁରୋଧ ରକିଛନ୍ତି ହଂସିକା । କେବଳ ହଂସିକା ନୁହନ୍ତି ଏହା ପୂର୍ବରୁ ଶ୍ରୁତି ହାସନ, ରାଧିକା ଆପ୍ତେ ଓ ଅନୁଷ୍କା ସେଟ୍ଟୀଙ୍କ ପ୍ରାଇଭେଟ ଫଟୋସବୁ ଭାଇରାଲ ହୋଇଛି ।