ଆଠଗଡ଼ରେ ହାତୀ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର, ୧୨/୧୨: ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ସୁକାସନ ରିଜର୍ଭ ଜଙ୍ଗଲରେ ଏକ ହାତୀର ରକ୍ତାକ୍ତ ମୃତଦେହ ଠାବ କରାଯାଇଛି । ସୁକାସନ ବନ ସଂରକ୍ଷଣ ଅଂଚଳର ରାଜନଗର ସଦର ତଇଲା ନିକଟରେ ଗୋଟିଏ ମାଈ ହାତୀଛୁଆର ମୃତଦେହ ଠାବ ହୋଇଛି । ଛୁଆ ମାଈ ହାତୀର ବୟସ ୭ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ତା’ ମୁହଁରୁ ପ୍ରବଳ ରକ୍ତସ୍ରାବ ହେଉଛି । ଛୁଆହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି ।