ୱାଶିଂଟନ, ୧୨/୧ : ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗାବାର୍ଡ ୨୦୨୦ ମସିହାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ଏହା ପୂର୍ବରୁ ସେ ପ୍ରଥମ ହିନ୍ଦୁ ଭାବେ ଆମେରିକା କଂଗ୍ରେସରେ ମଧ୍ୟ ସ୍ଥାନ ପାଇ ସାରିଛନ୍ତି । ସାଂସଦ ଏଲିଜାବେଥ ୱାରନଙ୍କ ପରେ ୩୭ ବର୍ଷିୟା ତୁଳସୀ ଡେମୋକ୍ରେଟିକ ପାର୍ଟିର ଦ୍ୱିତୀୟ ମହିଳା ସାଂସଦ ।
ହୱାଇ ସଂସଦୀୟ କ୍ଷେତ୍ରରୁ ଡେମୋକ୍ରେଟ ପାର୍ଟିର ସାଂସଦ ତୁଳସୀ ଗାବାର୍ଡ ଏହି ପ୍ରସଙ୍ଗରେ କହିଛନ୍ତି କି, ମୁଁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇ ସାରିଛି ଏବଂ ଖୁବ୍ ଶୀଘ୍ର ଏହି ସମ୍ବନ୍ଧରେ ବିଧିବଦ୍ଧ ଘୋଷଣା କରିବି । ସିଏନଏନ ନ୍ୟୁଜର ଏକ ସାକ୍ଷାତକାରରେ ତୁଳସୀ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ୧୨ରୁ ଅଧିକ ଡେମୋକ୍ରେଟିକ ନେତା ଘୋଷଣା କରିସାରିଲେଣି ।
Prev Post