ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୩୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪/୧: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଜିଲାର ୯ ଟି ବ୍ଲକ ପାଇଁ ୩୬.୦୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକଗୁଡିକ ହେଲା ବାଲେଶ୍ୱର ଜିଲାର ବାହାନଗା ବ୍ଲକ, ଦେବଗଡ଼ର – ରିଆମାଳ, ଗଞ୍ଜାମର – କବିସୂର୍ଯ୍ୟନଗର, କନ୍ଧମାଳର – ଖଜୁରୀପଡ଼ା, କେନ୍ଦ୍ରାପଡ଼ାର – କେନ୍ଦ୍ରାପଡ଼ା ସଦର, ମାଲକାନଗିରିର – ମାଲକାନଗିରି ସଦର, ମୟୂରଭଞ୍ଜର – ଜିବି ନଗର, ନୟାଗଡ଼ର – ଗଣିଆ ଓ ରାୟଗଡ଼ା ଜିଲାର – ରମଣଗୁଡ଼ା ବ୍ଲକ।

ମୁଖ୍ୟମନ୍ତ୍ରୀ ବାହାନଗା ବ୍ଲକର ୨୪ ପଞ୍ଚାୟତ ପାଇଁ ୬ କୋଟି ଟଙ୍କାରେ ୩୨୩ଟି ପ୍ରକଳ୍ପ, ରିଆମାଳ ବ୍ଲକର ୨୫ ପଞ୍ଚାୟତ ପାଇଁ ୪.୨୫କୋଟି ଟଙ୍କାରେ ୧୬୧ଟି ପ୍ରକଳ୍ପ, କବିସୂର୍ଯ୍ୟନଗର ବ୍ଲକର ୨୧ ପଞ୍ଚାୟତ ପାଇଁ ୫.୨୪କୋଟି ଟଙ୍କାରେ ୧୪୦ଟି ପ୍ରକଳ୍ପ, ଖଜୁରୀଫଡ଼ାର ୧୪ ପଞ୍ଚାୟତ ପାଇଁ ୨.୮୦ କୋଟି ଟଙ୍କାରେ ୧୦୦ଟି ପ୍ରକଳ୍ପ, କେନ୍ଦ୍ରାପଡ଼ା ସଦର ବ୍ଲକର ୨୬ ପଞ୍ଚାୟତ ପାଇଁ ୭.୨୭ ୨୭୧ କୋଟି ଟଙ୍କାରେ ୧୦୦ଟି ପ୍ରକଳ୍ପ, ମାଲକାନଗିରି ସଦର ବ୍ଲକର ୧୯ଟି ପଞ୍ଚାୟତ ପାଇଁ ୩.୨୫ କୋଟି ଟଙ୍କାରେ ୮୭ଟି ପ୍ରକଳ୍ପ, ଗଣିଆ ବ୍ଲକର ୮ଟି ପଞ୍ଚାୟତ ପାଇଁ ୨.୦୨୫ କୋଟି ଟଙ୍କାରେ ୧୨୪ ପ୍ରକଳ୍ପ, ରମଣଗୁଡ଼ା ବ୍ଲକର ୧୧ଟି ପଞ୍ଚାୟତ ପାଇଁ ୨.୨୦୫ କୋଟି ଟଙ୍କାର ୬୪ ପ୍ରକଳ୍ପ ମଞ୍ଜୁର କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ଏମ୍‌ପି, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଜିଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

SBI_Festive_Digital Billboard