ଆସନ୍ତାକାଲି ବାରିପଦା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ୪୫୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଶିଳାନ୍ୟାସ

ଭୁବନେଶ୍ୱର,୪/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବାରିପଦା ଗସ୍ତରେ ଆସୁଛନ୍ତି। ଛଉପଡ଼ିଆ ଠାରେ ଆୟୋଜିତ ମୋଦିଙ୍କ ସାଧାରଣ ସଭାରେ ଯୋଗ ଦେବା ପାଇଁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ହାଇସ୍କୁଲ ପଡ଼ିଆରେ ସରକାରୀ କାର୍ଯ୍ୟକ୍ରମ ହେବ। ମୟୂରଭଂଜ ସମେତ ପଡ଼ୋଶୀ ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରୁ ମଧ୍ୟ ବିଜେପି କର୍ମକର୍ତ୍ତାମାନେ ମୋଦିଙ୍କ ସଭାରେ ଯୋଗଦେବେ। ମୋଦିଙ୍କ ଗସ୍ତକୁ ଆଖିଆଗରେ ରଖି ବିଜେପି ସଂପୂର୍ଣ୍ଣ ବାରିପଦାକୁ ଗେରୁଆ ରଂଗରେ ସଜେଇ ଦେଇଛି। ଚାରିଆଡେ ବିଜେପି ପତାକା ସହିତ ବିଭିନ୍ନ ନେତାଙ୍କ ମାଳ ମାଳ ହୋର୍ଡିଂ ଲାଗିଛି। ସେହିପରି ରାଜଧାନୀ ଭୁବନେଶ୍ୱରରୁ ବିଜେପି ନେତାଙ୍କ ସୁଅ ଛୁଟୁଛି। ସଭାକୁ ସଫଳ କରିବାକୁ ଦଳ ପୂର୍ଣ୍ଣ ଉଦ୍ୟମ କରୁଛି।
ଆସନ୍ତାକାଲି ମୋଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ବାରିପଦା ଠାରେ ମୋଦି ୪୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ୪ ଲେନ୍‌ ବିଶିଷ୍ଟ ରାଜମାର୍ଗ, ଓଡ଼ିଶା ଦେଇ ଏଲପିଜି ପାଇପ୍‌ଲାଇନ୍‌ର ଲୋକାର୍ପଣ ସାମିଲ ରହିଛି। ସେହିପରି ରେଲଲାଇନ ଦୋହରୀକରଣ, ବାଲେଶ୍ୱରରେ ଲଜିଷ୍ଟିକ ହବ, ହରିପୁରରେ ଐତିହାସିକ ସ୍ଥଳର ସଂରକ୍ଷଣ ଆଦିର ଲୋକାର୍ପଣ କରିବେ।

SBI_Festive_Digital Billboard