ଭୁବନେଶ୍ୱର ,୪/୧: ଆସନ୍ତା ଜାନୁଆରୀ ୬ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ । ଛୁଟିଦିନ ଓ ରବିବାର ସହିତ ପ୍ରତ୍ୟେହ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ । ତେବେ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଉଦ୍ୟାନକୁ ପ୍ରବେଶ କରିହେବ । ୱାଟର ଫାଉେଂଟନ, ମ୍ୟୁଜିକାଲ ଫାଉେଂଟନ, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୁର, ବତକ, କକାଟେଲ ପକ୍ଷୀ ଘର ଏବଂ ସର୍ବୋପରି ଉଦ୍ୟାନର ସବୁଜିମା ପରିଦର୍ଶକମାନଙ୍କୁ ବିଶେଷ ଭାବରେ ଆକର୍ଷିତ କରିବ । ପରିଦର୍ଶନ ସମୟରେ ରାଜଭବନ ପରିସରକୁ ସାଙ୍ଗରେ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆପତିଜନକ ସାମଗ୍ରୀ ନଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି ।
