ଜାକର୍ତ୍ତା,୨୭/୧: ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ରେ ଭାରତର ଝିଅ ସାଇନା ନେହେଓ୍ଵାଲ ରବିବାର ଟାଇଟଲ୍ ଜିିତି ଦେଶର ଗୌରବ ବଢ଼ାଇଛନ୍ତି। ବିଶ୍ୱର ୯ ନମ୍ବର ଖେଳାଳି ସାଇନା ମହିଳା ସିଙ୍ଗଲସ୍ ଫାଇନାଲରେ ବିଶ୍ୱର ୪ ନମ୍ବର ଖେଳାଳି ତଥା ବିଶ୍ୱ ଚାମ୍ପିଅନ୍ ଏବଂ ଅଲମ୍ପିକ୍ ଚାମ୍ପିଅନ୍ ସ୍ପେନର କାରୋଲିନା ମାରିନଙ୍କୁ ମୁକାବିଲା କରିବାକୁ ପଡ଼ିଥିଲା। ପ୍ରଥମ ଗେମ୍ରେ ସାଇନା ନିଜର ପ୍ରତିନ୍ଦ୍ୱନ୍ଦୀ ମାରିନଙ୍କ ବିରୋଧରେ ୪-୧୦ରେ ପଛୁଆ ଥିଲେ। ମାତ୍ର ମାରିନଙ୍କ ଆଣ୍ଠୁରେ ଆଘାତ ଲାଗିବାରୁ ସେ ମ୍ୟାଚ ଅଧାରୁ ଓହରି ଯାଇଥିଲେ।
ଆଜିର ବିଜୟ ସହିତ ସାଇନା ଇଣ୍ଡୋନେସିଆ ମାଷ୍ଟର୍ସ ଟାଇଟଲ ଜିଣିବାରେ ପ୍ରଥମ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ହୋଇପାରିଛନ୍ତି। ସେ ଗତ ଥର ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଂଚିଥିଲେ। ଏଥର ସାଇନା ବିଶ୍ୱର ୭ ନମ୍ବର ଖେଳାଳି ତଥା ଚୀନର ବିଙ୍ଗଜିୟାଓଙ୍କୁ ୧୮-୨୧, ୨୧-୧୨, ୨୧-୧୮ରେ ପରାସ୍ତ କରି ଫାଇନାଲରେ ପରାସ୍ତ କରି ଫାଇନାଲରେ ପହଂଚିଥିଲେ। ସାଇନା ୨ ବର୍ଷ ପରେ ପୂର୍ବରୁ ବିଏମ୍ଡବ୍ଲୁ ଟାଇଟଲ୍ ନିଜର ନାଁରେ କରିଥିଲେ।