ଈଶା-ଆନନ୍ଦଙ୍କ ପ୍ରି-ଓ୍ବେଡିଂ ଉତ୍ସବର ଚୁମ୍ବନ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୧/୧୨: ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବାହାଘର ବୁଧବାର ହେବ। ତେବେ ଏହି ବହୁଚର୍ଚ୍ଚିତ ବାହାଘର ପୂର୍ବରୁ ଈଶାଙ୍କ ପ୍ରି-ଓ୍ବେଡିଂ ଉତ୍ସବର ଭିଡ଼ିଓ ଭାଇରାଲ ହୋଇଛି। ଏଥିରେ ଈଶା ଭାବି ପତି ଆନନ୍ଦ ପିରାମଲଙ୍କ ସହିତ ରୋମାଣ୍ଟିକ୍‌ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଶେଷରେ ଆନନ୍ଦ ଈଶାଙ୍କୁ ଚୁମ୍ବନ ଦେଇଛନ୍ତି। ଏହି ଭିଡ଼ିଓକୁ ଇତିମଧ୍ୟରେ ଅନେକ ଲାଇକ୍‌ ଓ ଶେୟାର କରିଥିବାବେଳେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଲେଖିଛନ୍ତି।