ଖୋର୍ଦ୍ଧା,୧୮/୧୨: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ଖୋର୍ଦ୍ଧାସ୍ଥିତ ବାସଭବନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଖୋର୍ଦ୍ଧା ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଥିବାବେଳେ ପ୍ରଶାନ୍ତଙ୍କ ପୈତୃକ ବାସଭବନ ନୟାଗଡ ଜିଲାର ଚାନ୍ଦପୁର ବାସଭବନରେ ମଧ୍ୟ ଚଢାଉ ଜାରି ରହିଛି।