ଉପକାରୀ ମେଥି

ଭାରତୀୟ ବ୍ୟଞ୍ଜନରେ ମେଥିଦାନାର ବହୁଳ ବ୍ୟବହାର କରାଯାଇଥାଏ । କେବଳ ଖାଦ୍ୟରେ ନୁହେଁ ଔଷଧ ଭାବେ ମଧ୍ୟ ଏହାର ଉପଯୋଗ କରାଯାଏ । ଖାଦ୍ୟ ବିଶେଷଜ୍ଞ ମତରେ ପ୍ରତିଦିନ ମେଥି ଖାଇଥିଲେ କେଶ, ତ୍ୱଚା ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ ।
-ମେଥିଦାନାରେ ପୋଟାସିୟମ୍‌ ଅଧିକ ପରିମାଣରେ ଥିବାରୁ ତାହା ଶରୀରରେ ସୋଡିୟମ୍‌ର ପରିମାଣକୁ ନିୟନ୍ତ୍ରଣ କରିଥାଏ । ଏହାଦ୍ୱାରା ରକ୍ତସଞ୍ଚାଳନ ଉତ୍ତମ ହେବା ସହ ହୃଦ୍‌ଯନ୍ତ୍ର ଠିକ୍‌ ଭାବରେ କାର୍ଯ୍ୟ କରିଥାଏ ।
-ମଧୁମେହ ରୋଗୀ ନିୟମିତ ଭାବେ ମେଥି ଖାଇବା ସେମାନଙ୍କ ପାଇଁ ଉପକାରୀ । ଏଥିରେ ମହଜୁଦ୍‌ ଥିବା ଏମିନୋ ଏସିଡ୍‌ ଶରୀରରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରେ ।
-ମେଥିଦାନାରେ ଭରପୂର ମାତ୍ରାରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ତାହା ଖାଦ୍ୟ ହଜମ କରାଇବାରେ ସାହାଯ୍ୟ କରିଥାଏ ।
-ଓଜନ ହ ୍ରାସ କରିବା ନିମନ୍ତେ ପ୍ରତ୍ୟହ ମେଥିଦାନା ଖାଇଲେ ୧ମାସ ମଧ୍ୟରେ ସୁଫଳ ମିଳିଥାଏ ।
-ମେଥିରେ ମହଜୁଦ୍‌ ଥିବା ଫାଇବର ଶରୀରରୁ ଦୂଷିତ ପଦାର୍ଥ ବାହାର କରିଥାଏ । ଏହା ତ୍ୱଚା, କଲୋନ୍‌ କର୍କଟର ଆଶଙ୍କା କମ୍‌ ରଖିଥାଏ ।
-ମେଥିଦାନାରେ ଥିବା ପୋଟାସିୟମ୍‌ ରକ୍ତ ସଞ୍ଚାଳନ ଉତ୍ତମ ହେବାରେ ସାହାଯ୍ୟ କରିଥାଏ ।