ଡାକ୍ତର ଆମକୁ ସବୁବେଳେ ପରାମର୍ଶ ଦେଇଥାନ୍ତି ପ୍ରତିଦିନ କିଛି ନା କିଛି ଫଳ ଖାଇବା ପାଇଁ । ଆପଣମାନେ ଜାଣି ଖୁସି ହେବେ ଯେ ପ୍ରତିଦିନ ସେଓ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ । ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ । ଏହା କେବଳ ଯେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ତାହା ନୁହେଁ ଏହା ଆମ ଶରୀରକୁ ସୁସ୍ଥରଖିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ସେଓ ଖାଇବା ଦ୍ୱାରା ଆମ ଶରୀରକୁ କଣ କଣ ଲାଭ ମିଳିଥାଏ ।
ଏନିମିଆ ରୋଗ ଭଲ କରେ ।
ପ୍ରତିଦିନ ସେଓ ଖାଇବା ଦ୍ୱାରା ଏହା ଏନିମିଆ ଭଳି ରୋଗ ଦୂର କରେ କାରଣ ଏଥିରେ ପ୍ରଚୁର ପରିମାଣର ଆଇରନ୍ ଥାଏ । ଯଦି ଆପଣ ଦିନକୁ ୨ ରୁ ୩ ଟି ସେଓ ଖାଉଛନ୍ତି ତାହେଲେ ଏହା ଆମ ଶରୀରକୁ ଗୋଟିଏ ଦିନର ଆଇରନ୍ ଯୋଗାଇଥାଏ ।
କ୍ୟାନସର ଭଳି ମାରାତ୍ମକ ରୋଗରୁ ମୁକ୍ତି ।
ସେଓରେ ଥିବା କୁ୍ୟରସିଟିନ୍ ପ୍ରୋଟିନ୍ ଆମ ଶରୀରରେ ଥିବା କୋଷକଣିକାକୁ କ୍ୟାନସର ଭଳି ମାରତ୍ମକ ରୋଗରୁ ମୁକ୍ତି ଦେଇଥାଏ ।
ମଧୁମେହ ରୋଗ ଭଲ କରେ ।
ସେଓରେ ଥିବା ପ୍ରୋଟିନ୍ ଯାହା କି ଗ୍ଲାକେଫ୍ରାନିକ୍ ଭଳି ଏସିଡ୍ କୁ ଶରୀରକୁ ଯୋଗାଇଥାଏ ଓ ଇନ୍ସୁଲିନ୍ ର ଉପଯୋଗ କମ୍ କରିଥାଏ ।
ହଜମ କରିବାରେ ସାହାର୍ଯ୍ୟ କରେ ।
ସେଓରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହା ଆମ ଶରୀରକୁ ଖାଦ୍ୟ ହଜମ କରିବାରେ ସାହାର୍ଯ୍ୟ କରିଥାଏ । ଆଉ ଯଦି ସେଓକୁ ତାର ଚୋପା ସହ ଖିଆଯାଏ ଏହା ଆମ ଶରୀରର କଫ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
Prev Post
Next Post