ଭୁବନେଶ୍ୱର , ୨୮/୧: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କଡା ସମାଲୋଚନା କରିଛନ୍ତି । ରାଜ୍ୟରୁ ନବୀନ ସରକାରଙ୍କୁ ହଟାଇବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ଜୁଏଲ କହିଛନ୍ତି କି, କୌଣସୀ ପରିସ୍ଥିତିରେ ବିଜୁ ଜନତା ଦଳ ସହ ବୁଝାମଣା ହେବ ନାହିଁ । ଦଳ ଏକାକି ନିର୍ବାଚନ ଲଢି ନବୀନଙ୍କୁ ପରାସ୍ତ କରିବ । ନବୀନ ସରକାରଙ୍କୁ ଉପାଡି ବଙ୍ଗୋପସାଗରରେ ଫିଙ୍ଗି ଦିଆଯିବ । ଅମିତ ଶାହା ଦେଇଥିବା ଟାସ୍କର ୯୯ ପ୍ରତିଶତ ପୂରଣ ହୋଇଛି । ବିଜେପିରେ ଅନେକ ଅନ୍ୟ ଦଳର ବିଧାୟକ ଏବଂ ନେତା ମିଶିବା ପ୍ରସଙ୍ଗକୁ ଦୋହରାଇଛନ୍ତି ଜୁଏଲ । ଏପରି ବହୁ ନେତା ଆବେଦନ କରିଛନ୍ତି ବୋଲି ସେ କହିଛନ୍ତି ।