କମେଡ଼ି କିଙ୍ଗ୍ କପିଲ ଶର୍ମା ଏବେ ବିତାଇବାକୁ ଯାଇଛନ୍ତି ପନିୀଙ୍କ ସହ ଏକ ନୂଆ ଜୀବନ। ଯାହାର ଆରମ୍ଭ ହୋଇସାରିଛି ଚଳିତମାସ ୧୨ ତାରିଖଠାରୁ। କପିଲ ଲଙ୍ଗଟାଇମ୍ ଗାର୍ଲଫ୍ରେଣ୍ଡ ଗିନ୍ନୀ ଚତରଥଙ୍କୁ ଜଲନ୍ଧର ସ୍ଥିତ ହେଟେଲ କ୍ଲବ କବାନାରେ ବିବାହ କରିଛନ୍ତି। ବିବାହରେ କପିଲ ସବୁଜ ରଙ୍ଗର ଶେରୱାନୀ ପରିଧାନ କରି ହାତରେ ଖଣ୍ଡା ଧରିଥିବାର ନଜର ଆସିଥିଲେ। ସେହିଭଳି କପିଲଙ୍କ କନିଆଁ ଗିନ୍ନୀ ଲାଲ୍ରଙ୍ଗର ଲେହେଙ୍ଗାରେ ନଜର ଆସିଥିଲେ। କପିଲଙ୍କ ବିବାହରେ ଭାରତୀ ସିଂହ, ସୁମୋନା ଚକ୍ରବର୍ତ୍ତୀ, କ୍ରୀଷ୍ଣା ଅଭିଷେକ, ରାଜୀବ ଠାକୁରଙ୍କ ସମେତ ଅନେକ ଟେଲି କଳାକାର ଏହି ବିବାହରେ ଯୋଗ ଦେଇଥିଲେ । ବିବାହ ଖୁସିରେ କପିଲଙ୍କ ସମେତ କପିଲଙ୍କ ମା’ ଓ ପନିୀ ଗିନ୍ନୀ ଢୋଲ ବାଜାର ତାଳେତାଳେ ଖୁବ୍ ନାଚୁଥିବାର ଦେଖା ଦେଇଥିଲେ। କପିଲ ନିଜ ବିବାହର ଲାଇଭ ଟେଲିକାଷ୍ଟ ନିଜ ୟୁଟୁ୍ୟବ ଚ୍ୟାନେଲ ଜରିଆର କରିବାକୁ ଚାହୁଁଥିଲେ ମାତ୍ର ତାହା ସମ୍ଭବ ହୋଇପାରିନଥିଲା । କପିଲଙ୍କ ବିବାହରେ ୧୦୦ପ୍ରକାରର ବ୍ୟଞ୍ଜନ ପରଶାଯାଇଥିବାବେଳେ ଆସନ୍ତା ୧୪ ଓ ୨୪ ତାରିଖରେ କପିଲ ଦୁଇଟି ରିସେ«ନ ପାର୍ଟିର ଆୟୋଜନ କରିଛନ୍ତି । ଗୋଟିଏଥିରେ ପରିବାର ଲୋକ ସାମିଲ ହେବାକୁଥିବାବେଳେ ଅନ୍ୟଟିରେ ବଲିଉଡ ଜଗତର ନାୟକ ତଥା ନାୟିକାମାନେ ଯୋଗଦେବାର ଯୋଜନା କରିଛନ୍ତି କମେଡ଼ି କିଙ୍ଗ୍ । ବିବାହ ପରେ କପିଲଙ୍କ ନୂଆ ଶୋ’ମଧ୍ୟ ଦର୍ଶକଙ୍କୁ ଭେଟିଦେବାଦେବା ପାଇଁ କହିଛନ୍ତି ତେବେ ଏହି ଶୋ’ର ପ୍ରଯୋଜକ ସାଜିଛନ୍ତି ବଲିଉଡ୍ ଦବଙ୍ଗ ଖାନ୍ ।